ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ମମତା: ଅମିତ ଶାହା

0 103

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀଙ୍କୁ ଘରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ଆଶା କରିଥିବା ସମର୍ଥନ ପାଉନାହିଁ ବୋଲି ଦର୍ଶାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି । ଅମିତ ଶାହା ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ୨ ଲକ୍ଷ ପ୍ରବାସୀ ଶ୍ରମଜୀବୀଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରିଛନ୍ତି । ପଶ୍ଚିମବଙ୍ଗର ଶ୍ରମଜୀବୀମାନେ ମଧ୍ୟ ଫେରିଯିବାକୁ ବ୍ୟଗ୍ର ହେଉଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ନେଉଥିବା ଟ୍ରେନକୁ ପଶ୍ଚମବଙ୍ଗ ସରକାର ରାଜ୍ୟ ମଧ୍ୟକୁ ଛାଡୁ ନାହାନ୍ତି । ଏହା ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ ।

Leave A Reply

Your email address will not be published.