ନୂଆଦିଲ୍ଲୀ: ଦିଲ୍ଲୀର ବାସୁମତୀ ଚାଉଳ ରପ୍ତାନିକାରୀ କମ୍ପାନି ରାମଦେବ ଇଣ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍ ବିରୋଧରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସିବିଆଇରେ ଅଭିଯୋଗ ଦାଏର କରିଛି। ଅଭିଯୋଗରେ ବ୍ୟାଙ୍କ୍ ଦର୍ଶାଇଛି ଯେ ଏହି କମ୍ପାନିର ଅର୍ଥ ନିବେଶକମାନେ ଛଅଟି ବ୍ୟାଙ୍କ୍ରୁ ୪୧୪ କୋଟି ଟଙ୍କା ଠକି ଦେଶ ଛାଡ଼ି ପଳାଇଛନ୍ତି।
ରାମଦେବ ଇଣ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍ର ମାଲିକମାନେ ୨୦୧୬ରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା କଥା ଭାରତୀୟ ଷ୍ଟେଟ୍ବ୍ୟାଙ୍କ୍ ଅନୁସନ୍ଧାନ କରିବା ପରେ ଜାଣି ପାରିଥିଲା। ସେମାନେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରୁ ୧୭୩ କୋଟି ଟଙ୍କା, କାନାଡ଼ା ବ୍ୟାଙ୍କ୍ରୁ ୭୬ କୋଟି ଟଙ୍କା, ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୬୪ କୋଟି ଟଙ୍କା, ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୫୧ କୋଟି ଟଙ୍କା, କର୍ପୋରେସନ୍ ବ୍ୟାଙ୍କ୍ରୁ ୩୬ କୋଟି ଟଙ୍କା ଏବଂ ଆଇଡିବିଆଇ ବ୍ୟାଙ୍କ୍ରୁ ୧୨ କୋଟି ଟଙ୍କା ଋଣ ନେଇଥିଲେ।
