ଭାରତ ଠାରୁ ସଂକ୍ରମିତଙ୍କ ସଂଖ୍ୟା କମ୍ : ମୃତ୍ୟୁସଂଖ୍ୟା ଢ଼େର୍ ଆଗରେ

0 79

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫୬ହଜାର ପାର୍ କରିସାରିଛି । କିନ୍ତୁ ଆଶ୍ୱସ୍ତିର କଥା ଏହାଯେ ଏଠାରେ କରୋନାରେ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍ ରହିଛି । କରୋନା ସଂକ୍ରମିତ ୪ଟି ଦେଶ ଏପରି ରହିଛି ଯେଉଁଠିକୁ ସେଠାରେ ଭାରତ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ଥିଲେ ବି ମୃତ୍ୟୁ ସଂଖ୍ୟା କିନ୍ତୁ ଭାରତଠାରୁ ଢ଼େର୍ ଅଧିକ । କରୋନା ଭାଇରସ୍‌କୁ ରୋକିବା ପାଇଁ ଭାରତରେ ୪୦ଦିନ ସଂପୂର୍ଣ୍ଣ ଲକ୍‌ଡାଉନ୍ କରାଯାଇଥିଲା । ଖାସ୍ ଏଇଥିପାଇଁ ଭାରତରେ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟାକୁ ଯଥେଷ୍ଟ ରୋକାଯାଇପାରିଛି । କିନ୍ତୁ ଶୁକ୍ରବାର ରାତି ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬ହଜାର ୩୪୨ରେ ପହଞ୍ôଚଯାଇଛି । ସେହିପରି କରୋନାରେ ଏବେସୁଦ୍ଧା ୧୮୮୬ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତ ସହ ଯଦି ଅନ୍ୟ କିଛି ଦେଶକୁ ତୁଳନା କରିବା ତେବେ ଦେଖିବାକୁ ପାଇବା ଯେ ସେଠାରେ ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତ ଠାରୁୂ କମ୍ ରହିଛି କିନ୍ତୁ କରୋନା ମୃତ୍ୟୁସଂଖ୍ୟା ଅଧିକ ପାଇବା । ୟୁରୋପୀୟ ଦେଶ ବେଲ୍‌ଜିୟମ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ହଜାର ୧୧ଜଣ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ୮ହଜାର ୫୨୧ ରହିଛି । ଜନ୍ କପିକିନ୍ସ ୟୁନିଭରସିଟିର ରିପୋର୍ଟ ଅନୁଯାୟୀ ବେଲ୍‌ଜିୟମ୍ ଭଳି ପଡ଼ୋଶୀ ରାଜ୍ୟ ନେଦରଲାଣ୍ଡସ୍‌ରେ ବି ସମାନ ସ୍ଥିତି । ଏଠାରେ ୪୨ହଜାର ୨୯୨ଜଣ କରୋନା ସଂକ୍ରମିତ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ୫ହଜାର ୩୭୭ ରହିଛି । ସେହିପରି ଦକ୍ଷିଣ ଆମେରିକାର ମେକ୍ସିକୋରେ ବି କରୋନା ମୃତ୍ୟୁସଂଖ୍ୟା ଅଧିକ ରହିଛି । ଏଠାରେ ୨୯ହଜାର ୬୧୬ କରୋନା ସଂକ୍ରମିତ ରୋଗୀ ଥିବାବେଳେ ମୃତ୍ୟୁସଂଖା ୨୯୬୧ ରହିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ମଧ୍ୟରେ ଥିବା ଫରକ୍‌କୁ ଯଦି ଲକ୍ଷ୍ୟ କରାଯାଏ ତେବେ ସ୍ୱିଡେନର ସ୍ଥିତି ବି ଅତି ଦୟନୀୟ ରହିଛି । ଏଠାରେ ୨୫ହଜାର ୨୬୫ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାବେଳେ ୩ହଜାର ୧୭୫ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି ।

Leave A Reply

Your email address will not be published.