ଦରମା ଓ ବୋନସ୍ ହେବ କାଣ୍ଟଛାଣ୍ଟ

0 90

ନୂଆଦିଲ୍ଲୀ : ଯଦି ଆପଣମାନେ କୌଣସି କମ୍ପାନୀରେ କାମ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆପଣମାନେ ମାସକୁ ଯେଉଁ ଦରମା ପାଉଛନ୍ତି ତଥା ବର୍ଷକୁ ଯେତିକି ବୋନସ୍ ପାଉଛନ୍ତି ସେଥିରେ ଏବେ କାଣ୍ଟଛାଣ୍ଟ ହେବାର ସୂଚନା ମିଳିଛି । କିଛି କମ୍ପାନୀ ଚାହାନ୍ତି କି ୨/୩ ବର୍ଷ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯାଉ । କମ୍ପାନୀମାନେ ନିଜ ହିସାବ ଅନୁଯାୟୀ ନିୟମ ପ୍ରସ୍ତୁତ କରି ସରକାରଙ୍କୁ ଦେବାକୁ ଯୋଜନା କରୁଛନ୍ତି । ଯଦି କମ୍ପାନୀ ସମୂହଙ୍କୁ ଏହି ପରାମର୍ଶକୁ ସରକାର ମାନିନିଅନ୍ତି ତେବେ ଖୁବ୍‌ଶୀଘ୍ର ତାହା ଲାଗୁ ହୋଇଯିବ । ଏମ୍ପେ୍ଲାୟର୍ସ ଆସୋସିଏସନ୍ ତତ୍ତ୍ୱାବଧାନରେ କମ୍ପାନୀ ସମୂହର ପ୍ରତିନିଧି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ୨/୩ ବର୍ଷ ପର୍ଯ୍ୟନ୍ତ ଶ୍ରମ୍‌ଆଇନ୍‌କୁ କିଛିଟା କୋହଳ କରାଯାଉ ଯଦ୍ୱାରାକି କର୍ମଚାରୀଙ୍କୁ ଧାର୍ଯ୍ୟ ବେତନ କିମ୍ବା ବୋନସ୍ ଦେବାକୁ ଯେପରି ନପଡ଼ିବ । ସେହିପରି ୮ ଘଣ୍ଟା ବଦଳରେ ଶ୍ରମିକଙ୍କୁ ୧୨ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯାଉ । ଶ୍ରମିକଙ୍କ ସହ ହେଉଥିବା ବିବାଦ ପାଇଁ ଥିବା ଆଇନ୍‌କୁ କୋହଳ କରାଯାଉ ଯାହାକି ମୋକଦ୍ଦମା ମାମଲାରୁ କମ୍ପାନୀମାନଙ୍କୁ ଚକ୍କର କାଟିବାକୁ ପଡ଼ିବ ନାହିଁ । କମ୍ପାନୀ ଚଳାଇବା ପାଇଁ ସର୍ବନିମ୍ନ ୫୦% କର୍ମଚାରୀଙ୍କୁ ଅନୁମତି ଦିଆଯାଉ । ପ୍ରକାଶଥାଉକି ଲକ୍‌ଡାଉନ୍ ଖୋଲିବା ପରେ ଏକ ତୃତୀୟାଂଶ କର୍ମଚାରୀଙ୍କୁ କାମ କରିବା ପାଇଁ ସରକାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ସେହିପରି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପିଏଫ୍ ଯୋଜନାର ଫାଇଦା କମ୍ପାନୀକୁ ଅଧିକ ଦିଆଯାଉ । ଏହି ଯୋଜନାରେ କର୍ମଚାରୀ ଓ କମ୍ପାନୀ ଦାନର ଅଂଶକୁ ସରକାର ଜମା କରିଥାନ୍ତି । ଏଥିସହ କମ୍ପାନୀ ଚଳାଇବା ପାଇଁ ସରକାର ନିର୍ଦ୍ଦିଷ୍ଟ ପ୍ୟାକେଜ୍ ଦେବା ସହ ବିଦ୍ୟୁତ୍ ଯୋଗାଣ ଉପରେ ସବ୍‌ସିଡି ଦିଆଯାଉ ବୋଲି ସେମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ଶ୍ରମ ମନ୍ତ୍ରାଳୟ ସଚିବ ହିରାନନ୍ଦ ସାୱରିୟା ଏମାନଙ୍କୁ ଆଶ୍ୱସନା ଦେଇ କହିଛନ୍ତି କି କରୋନା ସଂକଟ ସମୟରେ କମ୍ପାନୀସମୂହକୁ ଯଥାସମ୍ଭବ ସହାୟତା କରାଯିବ ।

Leave A Reply

Your email address will not be published.