୫୩୧ ସିଏପିଏଫ୍ ଯବାନ କରୋନା ସଂକ୍ରମିତ

0 76

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ ଫୋର୍ସ (ସିଏପିଏଫ୍‌)କୁ ଏବେ ଘାରିଛି କରୋନା ମହାମାରୀ ଚିନ୍ତା । ଦିନକୁ ଦିନ ସିଏପିଏଫ୍‌ରେ ଅଧିକ ସଂଖ୍ୟକ ଯବାନ ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ଏହି ସଂଖ୍ୟା ବୃଦ୍ଧି ପାଇଁ ୫୩୧ରେ ପହଞ୍ôଚଛି । ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୭ ରହିଛି । ସେହିପରି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ଫଳରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୧୬୨ରେ ପହଞ୍ôଚଛି । କରୋନା ବିପତ୍ତିକୁ ଲକ୍ଷ୍ୟ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ଏକ ଅର୍ଦ୍ଧସୈନିକ ବଳ ପ୍ରମୁଖଙ୍କ ସହ ବୈଠକ କରିଥିବା ଜଣାଯାଇଛି ।

Leave A Reply

Your email address will not be published.