ଚୀନ୍ ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ କେସ୍ ଦାୟର

0 73

ନୂଆଦିଲ୍ଲୀ : କରୋନା ମହାମାରୀ ଭାଇରସ୍ ସଂକ୍ରମଣକୁ ନେଇ ସୁପ୍ରିମ୍‌କୋର୍ଟ ଏକ ଯାଚିକା ଦାୟର କରାଯାଇଛି । ଏଥିରେ ଚୀନ୍‌କୁ ଅଭିଯୋଗ ପକ୍ଷ ଦର୍ଶାଯାଇ ତା’ ଠାରୁ ୬୦୦ ଆରବ ଡଲାର ଦେବାପାଇଁ ଆବେଦନ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ନିକଟରେ ଭାରତ ସରକାର ଏହି ଦାବି ଉପସ୍ଥାପନ କରନ୍ତୁ । ଭାରତୀୟ ଅର୍ଥବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱସ୍ତ କରିବା ଓ ହଜାର ହଜାର ଭାରତୀୟଙ୍କ ଜୀବନ ଯିବା ପଛରେ ଚୀନ୍‌ର ହାତ ରହିଛି ବୋଲି ଏଥିରେ ଦର୍ଶାଯାଇଛି । ଏପରିକି ଏହି ମହାମାରୀ ଭାଇରସ୍ ଚୀନ୍‌ର ଉହାନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିରୁ ଆସିଥିବା ଏଥିରେ କୁହାଯାଇଛି । ଏହି ଯାଚିକାଟି ତାମିଲନାଡୁର ମଦୁରାଇସ୍ଥିତ ଜଣେ ବ୍ୟକ୍ତି ଦାୟର କରିଛନ୍ତି । ଏଥିରେ କୁହାଯାଇଛି ଯେ ଚୀନ୍ ଜାଣିଶୁଣି ଭାରତ ବିରୋଧରେ ପ୍ରୟୋଗ କରିବା ପାଇଁ ଏଭଳି ଜୈବିକ ଅସ୍ତ୍ର ପ୍ରସ୍ତୁତ କରିଥିବା ସଂପୃକ୍ତ ବ୍ୟକ୍ତିଜଣକ ଏହି ଆବେଦନରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.