ଇଣ୍ଟରନେଟ୍‌ରେ ପ୍ରିୟଙ୍କା ଓ ସନି ଲିଓନଙ୍କୁ ଅଧିକ ସର୍ଚ୍ଚ କରାଯାଇଥାଏ

0 87

ବଲିଉଡ୍‌ରେ ପ୍ରାୟତଃ ତିନି ଖାନ୍‌ଙ୍କ ଦବ୍‌ଦବା ଦେଖିବାକୁ ମିଳିଥାଏ । କିନ୍ତୁ ଇଣ୍ଟରନେଟ୍‌ରେ ଏହି ତିନି ଖାନ୍‌ଙ୍କୁ ଏବେ ବଲିଉଡ୍ ଅଭିନେତ୍ରୀମାନେ ଟକ୍କର ଦେଇଥିବା ଦେଖାଯାଇଛି । ଏକ ରିସର୍ଚ୍ଚରୁ ଜଣାଯାଇଛି କି ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ପ୍ରିୟଙ୍କା ଚୋପ୍ରା ଓ ସନି ଲିଓନଙ୍କୁ ଲୋକେ ସର୍ଚ୍ଚ କରୁଛନ୍ତି । ରିପୋର୍ଟ ମୁତାବକ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଲୋକେ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ କରିଥାନ୍ତି । ଗୁଗୁଲ୍‌ରେ ୩୯ଲକ୍ଷ ଥର ଲୋକେ ତାଙ୍କୁ ସର୍ଚ୍ଚ କରିଥିବା ବେଳେ ସେ ଏହି ତାଲିକାରେ ୧ନଂରେ ରହିଛନ୍ତି । ସେହିପରି ତାଲିକାର ଦ୍ୱିତୀୟରେ ସନି ଲିଓନ ରହିଛନ୍ତି । ସନିଙ୍କ ବୋଲ୍ଡ ଲୁକ୍‌କୁ ଦେଖିବା ପାଇଁ ଦର୍ଶକମାନେ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ କରିଥାନ୍ତି । ରିପୋର୍ଟ ମୁତାବକ ସନିଙ୍କୁ ୩୧ଲକ୍ଷ ଥର ଇଣ୍ଟରନେଟ୍‌ରେ ସର୍ଚ୍ଚ କରାଯାଇଛି । ତାଲିକାର ତୃତୀୟରେ ରହିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ତାଙ୍କୁ ୧୯ଲକ୍ଷ ଥର ସର୍ଚ୍ଚ କରାଯାଇଛି । ସୂଚନାଥାଉକି କ୍ୟାଟ୍ରିନା ଏବେ ସୋସିଆଲ୍ ମିଡିଆରେ ବି ଖୁବ୍ ଆକ୍ଟିଭ୍ ରହିଛନ୍ତି । ସେହିପରି ମେଲ୍ ଷ୍ଟାରଙ୍କ କଥା ଯଦି ବିଚାରକୁ ନିଆଯାଏ ତେବେ ସର୍ବାଗ୍ରେ ରହିଛନ୍ତି ସଲମାନ୍ ଖାନ୍ । ସଲମାନ୍‌ଙ୍କୁ ୨୧ଲକ୍ଷ ଥର ସର୍ଚ୍ଚ କରାଯାଇଛି ।

Leave A Reply

Your email address will not be published.