ଆପଣ ଆମ ପରିବାରର ସମସ୍ତଙ୍କ ହୃଦୟରେ ସର୍ବଦା ରହିବେ ଚିଣ୍ଟୁ ଅଙ୍କଲ : ରବୀନା

0 84

ବଲିଉଡ୍‌ର ଭେଟେରାନ ଆକ୍ଟର ଋଷି କପୁର ଯଦିଓ ଆଉ ଦୁନିଆରେ ନାହାନ୍ତି ତଥାପି ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ତାଙ୍କୁ ଝୁରିହେଉଛନ୍ତି । ତାଙ୍କ ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଷ୍ଟାରଙ୍କ ଠାରୁ ପ୍ରଶଂସକ ସମସ୍ତେ ମନେ ପକାଉଛନ୍ତି । ବଲିଉଡ୍ ନାୟିକା ରବୀନା ଟଣ୍ଡନ ଏବେ ଋଷି କପୁରଙ୍କୁ ମନେପକାଇ ତାଙ୍କ ଉଦ୍ଦେଶ୍ୟରେ ଏକ ଇମୋସନାଲ୍ ଭିଡିଓ ସେୟାର କରିଛନ୍ତି । ରବୀନା ଟଣ୍ଡନ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଋଷି କପୁରଙ୍କ ଏକ ସ୍ପେଶାଲ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଋଷି କପୁର, ରବୀନା ଟଣ୍ଡନଙ୍କ ପିତା ରବି ଟଣ୍ଡନଙ୍କୁ ଜନ୍ମଦିନର ଶୁଭକାମନା ଜଣାଉଛନ୍ତି । ଏହି ଭିଡିଓଟି ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କ ଯିବା ପୂର୍ବରୁ ଥିଲା ବୋଲି ରବିନା ଲେଖିଛନ୍ତି । ରବୀନା ଏହି ଭିଡିଓ ସେୟାର କରିବା ସହ ଏଥିରେ ଲେଖିଛନ୍ତି କି ‘ପ୍ରିୟ ଚିଣ୍ଟୁ ଅଙ୍କଲ୍‌, ଆପଣଙ୍କୁ ପ୍ରତ୍ୟେକ ଦିନ ମିସ୍ କରୁଛି’ । ନ୍ୟୁୟର୍କ ଯିବା ପୂର୍ବର୍ରୁ ସେ ତାଙ୍କ ପିତାଙ୍କ ପାଇଁ ଖାସ୍ ଏହି ଭିଡିଓଟି ପ୍ରସ୍ତୁତ କରିଥିଲେ ଓ ଜନ୍ମଦିନରେ ସେ ଆମ ସହ ରହି ସମସ୍ତଙ୍କୁ ସରପ୍ରାଇଜ୍ ଦେଇଥିବା ରବୀନା ଏଥିରେ ଦର୍ଶାଇଛନ୍ତି । ରବୀନା ଦୁଃଖଭରା ଶବ୍ଦରେ ଆହୁରି ଲେଖିଛନ୍ତି କି ‘ଆପଣ ଆମ ପରିବାରର ସମସ୍ତଙ୍କ ହୃଦୟରେ ସର୍ବଦା ରହିବେ ଚିଣ୍ଟୁ ଅଙ୍କଲ୍‌, ଆମେ ସମସ୍ତେ ଆପଣଙ୍କୁ ଖୁବ୍ ଭଲ ପାଉ’ । ରବୀନାଙ୍କ ଏହି ପୋଷ୍ଟଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

Leave A Reply

Your email address will not be published.