‘ପ୍ଲିଜ୍‌, ଫେରିଆସ ଇର୍ଫାନ୍ ଖାନ୍‌’

0 92

ଦିବଂଗତ ବଲିଉଡ୍ ଷ୍ଟାର ଇର୍ଫାନ୍ ଖାନ୍ କେବଳ ଯେ ଜଣେ ଭଲ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ମଣିଷ ଥିଲେ । ନିକଟରେ ତାଙ୍କ ମୃତ୍ୟୁ ବଲିଉଡ୍ ଜଗତ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ବିୟୋଗରେ ପୂରା ବଲିଉଡ୍ ଦୁଃଖରେ ମର୍ମାହତ । ‘ପିକୁ’ ଚଳଚ୍ଚିତ୍ରରେ ଇର୍ଫାନ୍‌ଙ୍କ ସହ କାମ କରିଥିବା ଦୀପିକା ପାକୁକନ ଏବେ ତାଙ୍କୁ ବହୁତ ମିସ୍ କରୁଛନ୍ତି । ନିକଟରେ ‘ପିକୁ’ ଚଳଚ୍ଚିତ୍ରକୁ ୫ ବର୍ଷ ପୂରଣ କରିଥିବାବେଳେ ଦୀପିକା ଇର୍ଫାନ୍‌ଙ୍କୁ ଖୁବ୍ ଝୁରି ହେଉଥିବା ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ୫ ବର୍ଷ ପୂରଣ କରିଥିବା ବେଳେ ଦୀପିକା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଇର୍ଫାନ୍ ଖାନ୍‌ଙ୍କ ସହ ଟେନିସ୍ ଖେଳୁଛନ୍ତି । ଏହି ଭିଡିଓ ସେୟାର କରି ପ୍ରିୟଙ୍କା ଦୁଃଖଭରା ମେସେଜ୍‌ରେ ଲେଖିଛନ୍ତି କି ‘ପ୍ଲିଜ୍‌, ଫେରିଆସ ଇର୍ଫାନ୍ ଖାନ୍‌’ ।

Leave A Reply

Your email address will not be published.