ଏଣ୍ଟିଜନ ଟେଷ୍ଟକୁ ମଞ୍ଜୁରୀ ଦେଲା ଆମେରିକା

0 80

ୱାଶିଂଟନ୍ : ଆମେରିକା ସମେତ ପୂରା ବିଶ୍ୱରେ କରୋନା ଭାଇରସ୍ ତାର କାୟା ମେଲାଇଛି । କରୋନା ମହାମାରୀ ପ୍ରକୋପକୁ ଲକ୍ଷ୍ୟ ରଖି ଆମେରିକା ନିୟାମକ ସଂସ୍ଥା ଫୁଡ୍ ଆଣ୍ଡ ଡ୍ରଗ୍ ଏଡାମିନିଷ୍ଟ୍ରେସନ୍ (ଏଫ୍‌ଡିଏ) ଏଣ୍ଟିଜନ୍ ଟେଷ୍ଟକୁ ମଞ୍ଜୁରୀ ଦେଇଛି । ଏହା ଉପରେ ଏଫ୍‌ଡିଏ ବୟାନ ଜାରି କରି କହିଛି କି ଏବେ ଏଣ୍ଟିଜନ୍ ଦ୍ୱାରା କରୋନା ଭାଇରସ୍ ପରୀକ୍ଷା କରାଯିବ । ଏହାଦ୍ୱାରା କରୋନା ରୋଗୀଙ୍କ ଯାଞ୍ଚ ପ୍ରକ୍ରିୟା ଶୀଘ୍ର କରାଯାଇପାରିବ । ପ୍ରକାଶଥାଉକି ଏଣ୍ଟିଜନ ଯାଞ୍ଚ ତିନି ପ୍ରକାରର ରହିଛି ଯାହାକୁ ଏଫ୍‌ଡିଏ ମଞ୍ଜୁରୀ ଦେଇଛି । ଏହି ଟେଷ୍ଟରେ ଅଧିକ ଖର୍ଚ୍ଚ ହୋଇଥାଏ ଓ ମାତ୍ର କିଛି ଘଣ୍ଟା ମଧ୍ୟରେ ରିପୋର୍ଟ ଆସିଥାଏ । ବର୍ତ୍ତମାନ କରୋନା ରୋଗୀଙ୍କ ପରୀକ୍ଷା ପାଇଁ ନାକ ଓ ଗଳାରୁ ସ୍ୱାବ ନିଆଯାଉଥିବାରୁ ଏହାର ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ।

Leave A Reply

Your email address will not be published.