ଘରବାହୁଡ଼ାରେ ଚାଲିଗଲା ୩ ଜୀବନ

0 78

ମୁମ୍ବାଇ : କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଭିଟାମାଟିକୁ ଆସିବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଚାଲି ଚାଲି ଦୂରଦୂରାନ୍ତରୁ ଆସୁଥିବା ଦେଖାଯାଉଛି । ଲକ୍‌ଡାଉନ୍‌ରେ ଶ୍ରମିକମାନଙ୍କ ଘରବାହୁଡ଼ା ସମୟରେ ପୁଣିଥରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୁମ୍ବାଇରୁ ଉତ୍ତରପ୍ରଦେଶ ଚାଲି ଚାଲି ଆସୁଥିବା ୩ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୨ଜଣ ଚାଲି ଚାଲି ଆସୁଥିଲେ ଓ ବାକି ଜଣେ ଟ୍ରକ୍‌ରେ ଆସୁଥିବା ସମୟରେ ଅଚାନକ ସ୍ୱାସ୍ଥ୍ୟ ଖରାପ ହେବାରୁ ମୃତ୍ୟୁ ବରଣ କରିଥିଲେ । ଖବର ମୁତାବକ ଫତେପୁର ଜିଲ୍ଲାର ହରଦାସପୁରରେ ରହୁଥିବା ଅନୀସ ଅହମ୍ମଦ ଟ୍ରକରେ ବସି ଘରକୁ ଫେରୁଥିଲେ । ଜାମଲୀ ନିକଟରେ ତାଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ବିଗିଡ଼ି ଯାଇଥିଲା ଓ ମାତ୍ର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ପ୍ରୟାଗରାଜ ନିବାସୀ ଲଲୁରାମ ମଧ୍ୟପ୍ରଦେଶ ପ୍ରବେଶ କରିବା ପରେ ସ୍ୱାସ୍ଥ୍ୟ ବିଗିଡ଼ିଯିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ତୃତୀୟ ବ୍ୟକ୍ତିଜଣକ ପ୍ରେମ ବାହାଦୁର । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ କିପରି ହେଲା ତାହା ଜଣାପଡ଼ିବ ।

Leave A Reply

Your email address will not be published.