୫ ଏୟାର ଇଣ୍ଡିଆ ପାଇଲଟ୍ କରୋନା ସଂକ୍ରମିତ

0 78

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟ୍ ଏବେ କରୋନାରେ ସଂକ୍ରମିତ । ଏୟାର ଇଣ୍ଡିଆର ୫ ପାଇଲଟ୍‌ଙ୍କ ପରୀକ୍ଷାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଉଡ଼ାଣ ଭରିବାର ୭୨ ଘଣ୍ଟା ପୂର୍ବରୁ ଏମାନେ କରୋନାରେ ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା । ଏ ସମସ୍ତ ପାଇଲଟ୍ ମୁମ୍ବାଇର ଅଟନ୍ତି । ଏବେ ଏହି ୫ ପାଇଲଟ୍‌ଙ୍କୁ ଚିକିତ୍ସା କରାଯାଉଛି । ଏୟାର ଇଣ୍ଡିଆ ସୂତ୍ରରୁ ଜଣାଯାଇଛି କି ଏହି ପାଇଲଟ୍‌ମାନେ କାର୍ଗେ ବିମାନ ନେଇ କିଛିଦିନ ପୂର୍ବରୁ ଚୀନ୍ ଯାଇଥିଲେ । ବର୍ତ୍ତମାନ ‘ବନ୍ଦେ ଭାରତ ମିଶନ’ ଅନ୍ତର୍ଗତ ବିଦେଶରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ଏହି ୫ ପାଇଲଟ୍ କରୋନାରେ ପୀଡ଼ିତ ହେବା ନିଶ୍ଚିତ ଚିନ୍ତା ବଢ଼ାଇ ଦେିଛି । ସେହିପରି ଦେଶର ଦୂର ଦୂରାନ୍ତରକୁ କରୋନା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଔଷଧ ପହଞ୍ଚାଇବାରେ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ମୁଖ୍ୟ ଭୂମିକା ରହିଥାଏ ।

Leave A Reply

Your email address will not be published.