ହ୍ୱାଇଟ୍ ହାଉସ୍‌ର କରୋନା ଟାସ୍କଫୋର୍ସର ୩ ସଦସ୍ୟ କ୍ୱାରେଣ୍ଟାଇନ୍‌ରେ

0 98

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍‌ରେ କରୋନା ଟାସ୍କ ଫୋର୍ସରେ ଜଡ଼ିତ ଥିବା ୩ ସଦସ୍ୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହି ୩ଜଣ ସଦସ୍ୟ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହି ୩ଜଣ ହେଉଛନ୍ତି ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜିର ଡାଇରେକ୍ଟର ଆନ୍ଥୋନୀ ଫାସୀ, ଡାଇରେକ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲର ଡାକ୍ତର ରୋବର୍ଟ ରେଡ୍‌ଫିଲ୍ଡ ଓ ଏଫ୍‌ଡିଏ କମିଶନର ଷ୍ଟିଫେନ୍ ହୋନ୍ । ପରନ୍ତୁ ତତ୍କାଳ କରାଯାଇଥିବା କରୋନା ଟେଷ୍ଟରେ ଏମାନଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି ।

Leave A Reply

Your email address will not be published.