ଲକ୍‌ଡାଉନ୍ ଅବଧି ମଧ୍ୟରେ ୧୩୭ ଲୋକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି

0 83

ନୂଆଦିଲ୍ଲୀ : ଖାଲି ସଡ଼କରେ ବାହାନଗୁଡ଼ିକର ସ୍ପିଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ପୃଥକ ପୃଥକ ସ୍ଥାନରେ ସ୍ପିଡ୍‌ଗନ୍ ମୁତୟନ କରାଯାଇଛି । ଯେଉଁ ବ୍ୟକ୍ତି ନିୟମକୁ ଅବମାନନା କରିଥାଏ ତାଙ୍କ ଘରକୁ ଅନ୍‌ଲାଇନ୍ ଚାଲାଣ ଆପେ ଆପେ ଆସିଯାଇଥାଏ । ତେବେ ଲକ୍‌ଡାଉନ୍ ସମୟରେ ବି ଦିଲ୍ଲୀରେ ସ୍ପିଡ୍ ଗାଡ଼ି ଚଳାଇବା ଯୋଗୁଁ ୧୮ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଜଣାଯାଇଛି । ସେହିପରି ସମଗ୍ର ଦେଶରେ ମାର୍ଚ୍ଚ ୨୪ରୁ ମଇ ୪ ପର୍ଯ୍ୟନ୍ତ ପାଖାପାଖି ୧୩୭ ଲୋକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଲକ୍‌ଡାଉନ୍ ଯୋଗୁଁ ଲୋକେ ଘରେ ବନ୍ଦ ଅଛନ୍ତି, ସଡ଼କ ଖାଲି ରହିଛି, ଏହାସତ୍ତ୍ୱେ ବି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନି । ସେଭ୍ ଲାଇଫ୍ ଫାଉଣ୍ଡେସନ୍‌ର ସିଇଓ ପୀୟୁଷ ପାଣ୍ଡେଙ୍କ ସୂଚନାନୁଯାୟୀ ଲକ୍‌ଡାଉନ୍ ସମୟରେ ସଡ଼କ ଦୁର୍ଘଟଣାରେ ପାଖାପାଖି ୪୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏ ସମସ୍ତ ଶ୍ରମିକ ଲକ୍‌ଡାଉନ୍ ସମୟରେ ନିଜ ଘରକୁ ଯିବାକୁ ବାହାରିଥିଲେ ।

Leave A Reply

Your email address will not be published.