ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ବୈଠକ

0 82

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ସଂକଟକୁ ନେଇ ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି । ଲକ୍‌ଡାଉନ୍ ୩.୦ ପରେ ଦେଶର ପରିସ୍ଥିତି ଉପରେ ସେ ଚର୍ଚ୍ଚା କରିବେ । ସୋମବାର ଦ୍ୱିପ୍ରହର ୩ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଏହି ଆଲୋଚନା କରିବେ । ସୂଚନାଥାଉକି ଲକ୍‌ଡାଉନ୍ ୨.୦ ଅବଧି ମଇ ୩କୁ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ତେବେ କରୋନାକୁ ନେଇ ଜାରି ଲକ୍‌ଡାଉନ୍ ଅବଧି ଆଉ ବଢ଼ିବ କି ନାହିଁ ତାହା ଉପରେ ମୁଖ୍ୟତଃ ଚର୍ଚ୍ଚା ହେବ ବୋଲି ଜଣାଯାଇଛି । ମଇ ୧୭ ପରେ କରୋନାକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ରାସ୍ତା ବାହାର କରିବେ ।

Leave A Reply

Your email address will not be published.