ଟ୍ରୋଲର କଡ଼ା ଜବାବ ଦେଲେ ସୋନା

0 107

କରୋନା ଭାଇରସ୍ ମଣିଷର ଜୀବନଯାତ୍ରାକୁ ଖୁବ୍ ପ୍ରଭାବିତ କରିଛି । ସେହିପରି ବର୍ତ୍ତମାନର ସମଗ୍ର ବିଶ୍ୱର ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଏହି ମାରାତ୍ମକ ଭାଇରସ୍ । ଭାରତର ଅବସ୍ଥା ବି ଠିକ୍ ସେଇଆ । ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସବୁଠି ସମସ୍ତଙ୍କୁ ଚିନ୍ତା ଘାରିଛି । ସେମାନଙ୍କ ମଧ୍ୟରୁ ଗାୟିକା ସୋନା ମହାପାତ୍ର ବି ଜଣେ । ସେ ଏହାକୁ ନେଇ ଭାରତ ସରକାରଙ୍କ କିଛି ପ୍ରଶ୍ନ ପଚାରିଛନ୍ତି କିନ୍ତୁ ତାଙ୍କର ଏଭଳି ପ୍ରଶ୍ନ ଲୋକଙ୍କୁ ପସନ୍ଦ ଆସିନାହିଁ । ସୋନା ମହାପାତ୍ର କିଛିଦିନ ପୂର୍ବରୁ ଏକ ଟ୍ୱିଟ୍ ଜରିଆରେ ମୋଦି ସରକାରଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଥିଲେ । ସେ ଏକ ଆଟର୍କିଲ୍ ସେୟାର କରି ଲେଖିଥିଲେ- କ’ଣ ସରକାର କିଛି ଆର୍ଥିକ ପ୍ୟାକେଜ୍ ସହ ଆଗକୁ ଆସିବେ କି? ଯଦି ହଁ ତେବେ କେବେ? ଯଦି ନୁହେଁ ତେବେ କାହିଁକି? ଏହା କି ପ୍ରକାର ପ୍ୟାକେଜ୍ ହେବ? ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି ଅଛନ୍ତି? ଅର୍ଥମନ୍ତ୍ରୀ ନିରବ କ’ଣ ପାଇଁ? ଏହିପରି କିଛି ପ୍ରଶ୍ନ ସୋନା ପଚାରିଥିଲେ । କିନ୍ତୁ ସୋନାଙ୍କ ଏଭଳି ପ୍ରଶ୍ନ ଲୋକଙ୍କୁ ହଜମ ହୋଇନଥିଲା । ଲୋକମ।।ନେ ଏହାକୁ ନେଇ କେବଳ ଯେ ତାଙ୍କୁ ଘେରିଥିଲେ ତା’ ନୁହେଁ ବରଂ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ । ଲୋକେ କହିଥିଲେ କି ତୁମେ ଏତେ ବୁଦ୍ଧି କାହିଁକି ଖଟାଉଛ? ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ନିଜର ଜ୍ଞାନକୁ କେବଳ ଗୀତ ମଧ୍ୟରେ ସୀମିତ ରଖିବା ଭଲ । ଯେଉଁ ଫିଲ୍ଡରେ ରହିଛ ତାହା ଉପରେ ଚିନ୍ତା କର ଆଦି ଲୋକେ ତାଙ୍କୁ କମେଣ୍ଟରେ ଲେଖିଛନ୍ତି । ସୋନାଙ୍କୁ କେହି ଗାଳିଦେବ ଆଉ ସେ ଚୁପ୍ ରହିବେ ଏହା ତ ସମ୍ଭବ ନୁହେଁ । ସୋନା ଜଣେ ୟୁଜରଙ୍କୁ ଜବାବ ଦେଇ କହିଛନ୍ତି କି ‘ତୁମେ ଚୁପ୍ ରୁହ ବେରୋଜଗାର ମଣିଷ, ମୋ ପାଖରେ ତୁମ ଠାରୁ ଯଥେଷ୍ଟ ଟ୍ୟାଲେଣ୍ଟ ରହିଛି । ମୋତେ କହିବା ପୂର୍ବରୁ ନିଜ ମୁହଁ ଧୋଇ ଆସ ଓ ଚିନ୍ତା କର କାହା ଉପରେ ମତ ଦେବା ଉଚିତ୍ ଓ କାହା ଉପରେ ନୁହେଁ’ । ସେହିପରି ଅନ୍ୟ ଏକ ୟଜରଙ୍କୁ ସୋନା ଜବାବ ଦେଇ କହିଥିଲେ ଯେ ‘ମୁଁ ଜାଣିଛି କି ତୁମ ପାଖରେ ଅସଲି ମେଡିକାଲ ଡିଗ୍ରୀ ଅଛି । କିନ୍ତୁ ମୁଁ ସନ୍ଦେହ କରୁଛି ବର୍ତ୍ତମାନ କାହିଁକି କେଉଁ ଡାକ୍ତର ଆସି ମୋତେ ଟ୍ରୋଲ୍ କରିବା ପାଇଁ ଆସିବ । ତାଙ୍କୁ ତ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି ।’ ଏହିପରି ବହୁ ୟୁଜର୍ସଙ୍କୁ ସୋନା ମୁହଁତୋଡ଼ ଜବାବ ଦେଇଥିବା ଦେଖାଯାଇଛି ।

Leave A Reply

Your email address will not be published.