ବାଲିମେଳା : କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

Close up of male hands in bracelets behind back
0 78

ବାଲିମେଳା : ଗତକାଲି ସନ୍ଧ୍ୟାରେ କୋରୁକୋଣ୍ତା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଂଚାୟତର ସରୋଲୁକୋଣ୍ତା ଛକ ନିକଟରେ ଓର୍କେଲ ଥାନା ଏସଆଇ ରଜନୀକାନ୍ତ ଦୀପଙ୍କ ନେତୃତ୍ବରେ ଗୋଟିଏ ଟିମ୍ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ଅପ୍‌ ଭ୍ୟାନକୁ ସନ୍ଦେହରେ ପୁଲିିସ ଅଟକାଇ ଯାଞ୍ଚ କରିବାରୁ ୬୬ଟି ଜରି ବ୍ୟାଗରେ ଗଞ୍ଜେଇ ପ୍ୟାକ୍ ହୋଇଥିବା ଜଣାପଡ଼ିଥିଲା।

ପୁଲିସ ଗଞ୍ଜେଇ ଗାଡ଼ି ସହ ତେନ୍ତୁଳିଗୁଡ଼ା ଗାଁର ଚୈତନ୍ୟ ମାଢ଼ୀ (୩୪), ଏମଭି-୫୪ ଗାଁର ଅଜିତ ସରଦାର (୨୮) ଏବଂ ଏମଭି-୧୨୩ ଗାଁର ନାରାୟଣ ସରଦାର (୪୮)ଙ୍କୁ ଥାନାକୁ ନେଇଥିଲା। ଜବତ ଗଞ୍ଜେଇର ପରିମାଣ ୨୦କ୍ବିଣ୍ଟାଲ, ଯାହାର ବଜାର ମୂଲ୍ୟ ୧କୋଟି ୨୦ହଜାର ଟଙ୍କା ହେବ ବୋଲି କୁହାଯାଉଛି। ପଚରା ଉଚୁରା ସମୟରେ ଏହି କାରବାରରେ ଏମଭି-୩୩ ଗାଁର ଅଜୟ ମଣ୍ଡଳ (୨୩) ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଅଜୟକୁ ମଧ୍ୟ ପୁଲିସ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ମିଲନ ମଜୁମଦାର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.