ମୁହଁରେ ମାସ୍କ ଲଗାଇବାର ବାର୍ତ୍ତା ବାଣ୍ଟିଲା ପ୍ରିୟଙ୍କା

0 82

କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସବୁଠି ଲକ୍‌ଡାଉନ୍ ସ୍ଥିତି ଜାରି ରହିଛି । ସବୁ ଲୋକ ଏବେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ମାରାତ୍ମକ ଭାଇରସ୍‌କୁ ନେଇ ନିଜେ ସଚେତନ ରହିବା ସହ ଲୋକଙ୍କୁ ଏହା ଉପରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ତେବେ ନିକଟରେ ପ୍ରିୟଙ୍କା ଚୋପ୍ରା ଦୀର୍ଘ ୨ ମାସ ଘରେ ରହିବା ପରେ ଏବେ ବାହାରକୁ ଗୋଡ଼ କାଢ଼ିଛନ୍ତି । ତେବେ ମୁହଁରେ ମାସ୍କ ପିନ୍ଧିବାକୁ ସେ ଭୁଲିନାହାନ୍ତି । ଏହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରିୟଙ୍କା ଏହାର କ୍ୟାପସନ୍‌ରେ ଲେଖିଛନ୍ତି ଆଖିକୁ କେବେବି ଶାନ୍ତି ମିଳୁନାହିଁ । ଦୁଇମାସରେ ପ୍ରଥମଥର ପାଇଁ ଘରୁ ବାହାରକୁ ବାହାରିଛି । ସୂଚନାଥାଉକି ପ୍ରିୟଙ୍କା ଚୋପା ଏପରି ଜଣେ ଅଭିନେତ୍ରୀ ସେ କେବେବି ନିୟମ ବିରୁଦ୍ଧରେ ଯିବାକୁ ପସନ୍ଦ କରନ୍ତିନି । ତେବେ ତାଙ୍କର ଏହି ମେସେଜ୍‌ଟି ପ୍ରଶଂସକଙ୍କ ପାଇଁ ଖୁବ୍ ଗୁରୁତ୍ୱ ବହନ କରୁଛି । ଅର୍ଥାତ ଯେ କେହି ବି ଏହି ଲକ୍‌ଡାଉନ୍ ସମୟରେ ଘରୁ ବାହାରକୁ ବାହାରୁଛନ୍ତି ସମସ୍ତେ ମାସ୍କ ଲଗାଇବା ଜରୁରୀ ବୋଲି ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି ।

Leave A Reply

Your email address will not be published.