ଟେନ୍‌ସନ୍‌ରେ ସାୟନ୍ତନୀ

0 75

ନାଗିନ୍‌-୪ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସାୟନ୍ତନୀ ଘୋଷ ଓ ତାଙ୍କ ବୟଫ୍ରେଣ୍ଡ ଅନୁଗ୍ରହ ତିୱାରୀ ୨୦୨୦ରେ ଶେଷ ସୁଦ୍ଧା ବିବାହ କରିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ କରୋନା ଭାଇରସ୍ ଏମାନଙ୍କ ଏହି ପ୍ଲାନକୁ ଭଣ୍ଡୁର କରିଦେଇଛି । ଏକ ସାକ୍ଷାତକାରରେ ଏମାନେ ନିଜର ବିବାହ ସମ୍ବନ୍ଧରେ କହିବା ସହ ଲକ୍‌ଡାଉନ୍ ସମୟରେ ସେମାନଙ୍କୁ ଘରେ ରହିବା ପାଇଁ ଏକ ଶିକ୍ଷା ଦେଇଯାଇଛି । ସାୟନ୍ତନୀ ଘୋଷ କହିଛନ୍ତି କି ଏହି କରୋନା ଭାଇରସ୍‌ର ପ୍ରକୋପ କେତେଦିନ ଯାଏଁ ରହିବ ତାହା ଭାବିପାରୁ ନାହିଁ । ସେହିପରି ଅନୁଗ୍ରହଙ୍କ ସହ ବିବାହ ସମ୍ବନ୍ଧରେ କହିଛନ୍ତି କି ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ ଓ ବିବାହ କରିବାକୁ ମନସ୍ଥ କରିଛୁ । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଆଗକୁ କ’ଣ କରାଯାଇପାରିବ ତାହା ଉପରେ ଚିନ୍ତା କରିବୁ । କିନ୍ତୁ ବର୍ତ୍ତମାନର ଯାହା ପରିସ୍ଥିତି ତାହା ସମ୍ଭବ ହେବା ପରି ଲାଗୁନାହିଁ । ୨/୩ ମାସ ପର୍ଯ୍ୟନ୍ତ ଏହା ଉପରେ ଭାବିବୁ ନାହିଁ । ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ତେବେ ରେଜିଷ୍ଟ୍ରି ମ୍ୟ।।ରେଜ୍ କରିନେବୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି ସମସ୍ତେ ଜୀବନରେ କିଛି ଯୋଜନା କରି ଆଗକୁ ବଢ଼ିଥାନ୍ତି । ନାଗିନ୍‌-୪ରେ ମୋ ଚରିତ୍ର ନିକଟରେ ଶେଷ ହୋଇଥିଲା । ନିକଟରେ ନୂଆ ପ୍ରୋଜେକ୍ଟରେ କାମ କରିବାର ପୂର୍ବରୁ ୧ ମାସ ବିଶ୍ରାମ ନେବାକୁ ଇଚ୍ଛା କରିଥିଲି । କିନ୍ତୁ ବର୍ତ୍ତମାନ ଲକ୍‌ଡାଉନ୍ ପରିସ୍ଥିତି ଦେଖି ଲାଗୁଛି ସୁଟିଂ ଆରମ୍ଭ ହୋଇନପାରେ । ସେହିପରି ଲକ୍‌ଡାଉନ୍ ପରିସ୍ଥିତିର ଦୁଃଖ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ବର୍ତ୍ତମାନ ମୋ ଘର ଓ କାର୍‌ର ଇଏମଆଇ ପ୍ରତିମାସ ଦେବାକୁ ପଡ଼ୁଛି । ତେବେ ବର୍ତ୍ତମାନ ଯେଭଳି ସମୟ ଦେଖାଦେଇଛି ତାହା ମୁଁ କିଭଳି ଭରିବି ତାହାକୁ ନେଇ ଟେନ୍‌ସନ୍‌ରେ ଅଛି ବୋଲି ସାୟନ୍ତନୀ ଘୋଷ କହିଛନ୍ତି ।

Leave A Reply

Your email address will not be published.