ଡନ୍‌କୁ ପୂରିଲା ୪୨, ଆୱାର୍ଡ ଶୋ’ର କିଛି ସ୍ମୃତି ବଖାଣିଲେ ଅମିତାଭ

0 80

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସେୟାର କରିଥାନ୍ତି । ଏପରିକି ତାଙ୍କ ପ୍ରଶଂସକଙ୍କୁ ନିଜ ପରିବାର ବୋଲି ମାନିଥାନ୍ତି । ସେ ତାଙ୍କ ପ୍ରଫେସନାଲ ଓ ପର୍ସନାଲ୍ ଲାଇଫ୍ ସେୟାର କରିଥାନ୍ତି । ନିକଟରେ ତାଙ୍କର ସୁପରହିଟ୍ ଚଳଚ୍ଚିତ୍ର ‘ଡନ୍‌’କୁ ୪୨ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମଟି ସେତେବେଳେ ବକ୍ସ ଅଫିସ୍‌ରେ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହୋଇଥିଲା ଓ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ପୁରସ୍କାର ବି ମିଳିଥିଲା । ପୁରୁଣା ଦିନକୁ ମନେପକାଇ ବିଗ୍ ବି ଏହି ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତ୍ରୀ ନୂତନଙ୍କ ସହ ସେହି ପୁରୁଣା ଦିନର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୁଇଜଣ ଫିଲ୍ମଫେୟାର ଆୱାର୍ଡ ନେଇ ହସୁଥିବାର ଫଟୋ ଦେଖାଯାଉଛି । ସୂଚନାଥାଉକି ‘ଡନ୍‌’ର ନିର୍ମାତା ନରିମନ୍ ଇରାନୀ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ଆୱାର୍ଡ ଶୋ’ରେ ଅମିତାଭ ତାଙ୍କ ପତ୍ନୀଙ୍କୁ ଷ୍ଟେଜ୍‌କୁ ଡାକି ଏହି ଆୱାର୍ଡଟି ନରିମନ୍‌ଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିବା ସେ ଏଥିରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.