୭୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

0 85

ନୂଆଦିଲ୍ଲୀ: କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଏଥିରେ ପ୍ରତ୍ୟେକ ଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏମାନଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବେଶ୍ ବୃଦ୍ଧି ପାଇଚାଲିଛି । ଭାରତରେ ମଧ୍ୟ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଲକ୍‌ଡାଉନ୍ ଜାରି ରହିଥିଲେ ମଧ୍ୟ କିଛିଦିନ ହେଲା ଦେଶରେ ଦେନିକ ୩୦୦୦ରୁ ଅଧିକ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ଜଣ ନୂଆ କରୋନା ଭୂତାଣୁ ରୋଗୀ ବାହାରିଥିବା ବେଳେ ଏହି ମହାମାରୀ ୮୭ ଜଣଙ୍କର ଜୀବନ ନେଇଛି । ଫଳରେ କରୋନା ଭୂତାଣୁ ଯୋଗୁଁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୨୯୩ରେ ପହଞ୍ଚିଯାଇଛି । ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୫୬ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୦୦୮ଟି ସକ୍ରିୟ ମାମଲା ରହିଥିବାବେଳେ ୨୨୪୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୨୯୩ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେଲାଣି । ଏବେ ସୁଦ୍ଧା ଏହି ରାଜ୍ୟରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୦୧ରେ ପହଞ୍ଚିଛି । ଏଠାରେ ୮୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ର ପଛକୁ ଗୁଜରାଟ ରହିଛି । ଗୁଜରାଟରେ ମୋଟ ୮୫୪୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ୫୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦେଶର କେତେକ ସ୍ଥାନରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛି ।

Leave A Reply

Your email address will not be published.