ଋଷରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ୧୧ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

0 84

ନୂଆଦିଲ୍ଲୀ: ପ୍ରଥମେ ଚୀନ୍‌, ପରେ ଆମେରିକା ଓ ଏବେ ଋଷରେ ତାଣ୍ଡବ ରଚୁଛି କରୋନା ମାରାତ୍ମକ ଭାଇରସ୍ । ଋଷ୍‌ରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ସଂକ୍ରମଣ ମାମଲାରେ ବ୍ରିଟେନ୍ ଏବଂ ଇଟାଲିକୁ ଟପିଯାଇଛି ଋଷ୍ । ବିଶ୍ୱରେ ସର୍ବାଧିକ ସଂକ୍ରମଣ ଥିବା ରାଷ୍ଟ୍ର ଭାବେ ରୁଷ୍ ଏବେ ତୃତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ସ୍ପେନ୍ ପରେ ଋଷରେ ସର୍ବାଧିକ ସଂକ୍ରମଣ ରହିଛି । ୨୪ ଘଣ୍ଟା ମଧ୍ୟରେ ଋଷରେ ପୁଣି ୧୧ହଜାର ୬୫୬ ମାମଲା ରେକର୍ଡ କରାଯାଇଛି ଏବଂ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୨୧ହଜାର ୩୪୪ରେ ପହଞ୍ଚିଛି । ଋଷରେ ମୃତ୍ୟୁସଂଖ୍ୟା ୨ ହଜାର ଟପିଛି । ଖୁବ୍ କମ୍‌ଦିନ ମଧ୍ୟରେ ଋଷ୍ ଇଟାଲି ଏବଂ ବ୍ରିଟେନ୍ ଟପିଯିବା ଖୁବ୍ ଚିନ୍ତାଜନକ ହୋଇଛି । ଋଷ୍ ରାଜଧାନୀ ମସ୍କୋ ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଋଷରେ କେବଳ ୬୧୬୯ ମାମଲା ରେକର୍ଡ କରାଯାଇଛି ଏବଂ ମସ୍କୋରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୦୯ ରହିଛି । କିନ୍ତୁ ୱାଲ୍ଡମିଟର ତଥ୍ୟ ଆଧାରରେ ସର୍ବାଧିକ ସଂକ୍ରମଣ ମାମଲାରେ ବ୍ରିଟେନ୍ ଏବେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ବ୍ରିଟେନ୍‌ରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୨୩ହଜାର ୬୦ ରହିଛି । ତେବେ ଆମେରିକାରେ ପୂର୍ବଦିନ ଅପେକ୍ଷା ଗତକାଲି ମୃତ୍ୟୁସଂଖ୍ୟା କମ୍ ରହିଛି । ବିଶ୍ୱରେ ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ ମୃତ୍ୟୁସଂଖ୍ୟା ପୂର୍ବ ମାସ ଅପେକ୍ଷା କମ୍ ରହିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚ ମାସ ପରେ ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ଏହା ସବୁଠାରୁ କମ୍ ମୃତ୍ୟୁ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୮୦ହଜାର ୭୮୭ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୬୭ ହଜାର ୯୬୩ ରହିଛି । ଆମେରିକା ପରେ ସ୍ପେନ୍ରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୪ ହଜାର ୬୬୩ ରହିଛି ଏବଂ ମୃତ୍ୟୁସଂଖ୍ୟା ୨୬ହଜାର ୬୨୧ ରହିଛି । ସ୍ପେନ୍ ପଛକୁ ରହିଛି ରୁଷ୍ । ବିଶ୍ୱବ୍ୟାପୀ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୨ଲକ୍ଷ ୮ହଜାର ଟପିଛି ଏବଂ ୨ଲକ୍ଷ ୮୪ ହଜାର ୩୯୮ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଟେନ୍‌ରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଲକ୍‌ଡାଉନ୍‌କୁ ଜୁନ୍ ୧ ଯାଏଁ ବଢ଼ାଇ ଦିଆଯାଇଛି । ବ୍ରିଟେନ୍‌ରେ କମ୍ ଦରମାପ୍ରାପ୍ତ କର୍ମଚାରୀଙ୍କର କରୋନାରେ ଅଧିକ ମୃତ୍ୟୁ ହେଉଥିବା ଜଣାପଡ଼ିଛି । ବ୍ରିଟେନର ଜାତୀୟ ପରିସଂଖ୍ୟାନ ସଂସ୍ଥାନ ପକ୍ଷରୁ ଏହା କୁହାଯାଇଛି ଯେ ଯେଉଁମାନେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତହୋଇଛନ୍ତି ଏବଂ ବସ୍‌, ଟ୍ୟାକ୍ସି, କୋଚ୍ ଡ୍ରାଇଭର, ସେଫ୍ ଏବଂ ବିକ୍ରୟକର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ କରୋନା ମୃତ୍ୟୁହାର ଅଧିକ ରହିଛି । ସେପଟେ ସବୁଠୁ କ୍ଷତିଗ୍ରସ୍ତ ହୋଇଥିବା ଲାଟିନ୍ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଛି । ବ୍ରାଜିଲ୍‌ରେ ୧୧ ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବ୍ରାଜିଲ୍ରେ ୧ଲକ୍ଷ ୬୨ହାର ୬୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍‌ରେ ୧୦ହଜାର ୬୧୧ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୭୩୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଘାନାରେ ଏକ ମାଛ ପ୍ରକ୍ରିୟାକରଣ କାରଖାନାରେ କାମ କରୁଥିବା ଜଣେ କର୍ମଚାରୀ ୫୩୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ।

Leave A Reply

Your email address will not be published.