ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0 77

ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ : ଆଉ କିଛିଦିନ ପରେ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ ଏଥର ବିଶ୍ୱବ୍ୟାପୀ କରୋନା ମହାମାରୀ ଯୋଗୁଁ ରଥକାମ ହେବାରେ ବିଳମ୍ବ ହୋଇଥିଲା । ଏପରିକି ପ୍ରଥମେ ରାଜ୍ୟ ସରକାର ଓ ପରେ କେନ୍ଦ୍ର ସରକାରଙ୍କ ପାଖକୁ କଥା ଯାଇ ପହଞ୍ôଚଥିଲା । ତେବେ ସେ ଯାହାହେଉନା କାହିଁକି ରଥ ନିର୍ମାଣ ପାଇଁ ଗ୍ରୀନ୍ ସିଗ୍‌ନାଲ୍ ପାଇବା ପରେ ରଥଖଳା ହୋଇଉଠିଛି ଚଳଚଞ୍ଚଳ । ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାକୁ ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ୍ ଜେନେରାଲ । ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଭିତରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାମ । ମୋଟ୍ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ମଙ୍ଗଳବାର ୩ ରଥର ତିନୋଟି ଅଖ କାର୍ଯ୍ୟ ସମ୍ପତ୍ତ ହେବ ୟ ପ୍ରତି ରଥର ୨ଟି ଲେଖାଏଁ ମୋଟ୍ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି ୟ ୬ଟି କୋରାମୁଣ୍ଡା ତିଆରି ଚାଲିଛି । ତେବେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ର୍ନିମାଣରେ ସଂପୃକ୍‌ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତେବେ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି ୟ ଏହି ସେବକମାନେ ଗତକାଲିଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍‌ତନିବାସ ଓ ନୀଳାଦ୍ରି ଭକ୍‌ତନିବାସରେ ରହୁଛନ୍ତି

Leave A Reply

Your email address will not be published.