୧୭୦ କି.ମି. ଚାଲିବା ପରେ ରାସ୍ତାରେ ପ୍ରସବ କଲେ ମହିଳା

0 78

ସତନା : କରୋନା ଭାଇରସ୍ ଏବଂ ଲକ୍ ଡାଉନ୍ ଭୟ ମଧ୍ୟରେ ଦେଶରୁ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ଏହି ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ôଚବା ପାଇଁ ଖାଦ୍ୟପେୟ ବିନା ପାଦରେ ଚାଲି ଚାଲି ଯାଉଛନ୍ତି । ଏହି ସମୟରେ ସେମାନେ ରାସ୍ତାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ସତନା ଜିଲ୍ଲାର ଉଚେରାର ଜଣେ ଗର୍ଭବତୀ ମହିଳାଙ୍କ ସହ । ଯିଏ ରାସ୍ତାରେ ବହୁତ କଷ୍ଟଦାୟକ ଅବସ୍ଥାରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ମହାରାଷ୍ଟ୍ରର ନାସିକରୁ ଜଣେ ଗର୍ଭବତୀ ମହିଳା ଶ୍ରମିକ ନିଜ ପରିବାର ସହିତ ତାଙ୍କ ଗାଁ ଉଚେରା ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ ନାସିକରୁ କିଛି ବାଟ ଦୂରରେ ପିପରଗାଓଁରେ ମହିଳାଙ୍କ ପ୍ରସବ ହୋଇଥିଲା । କିନ୍ତୁ ବାଟରେ ମହିଳା ଏବଂ ତାଙ୍କ ପରିବାର କୌଣସି ସାହାଯ୍ୟ ପାଇପାରିନଥିଲେ । ଗାଁର କିଛି ମହିଳା ସଂପୃକ୍ତ ମହିଳାଙ୍କୁ ରାସ୍ତାରେ ସାହାସ ଦେଇଥିଲେ ୟ ପ୍ରସବ ପରେ ମହିଳା ଜଣଙ୍କ ପୁଣି ଥରେ ଚାଲିବାକୁ ଲାଗିଥିଲେ । ନିଜ ନବଜାତ ଶିଶୁକୁ ନିଜ କୋଳରେ ଧରି ୧୭୦ କିଲୋମିଟର ଚାଲିବା ପରେ ମଧ୍ୟପ୍ରଦେଶର ବିଜାସନ ସୀମାରେ ପହଞ୍ଚିବା ପରେ ତାଙ୍କୁ ସାହାଯ୍ୟ ମିଳିଥିଲା । ଯେତେବେଳେ ଉଚେରା ନିକଟରେ ପହଞ୍ଚିଥିଲେ, ପ୍ରଶାସନ ତାଙ୍କୁ ଜନନୀ ଏକ୍ସପ୍ରେସ ଯୋଗାଇ ଦେଇଥିଲା । ବର୍ତ୍ତମାନ ମା-ଶିଶୁଙ୍କୁ ଉଚେରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିୟ ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ମହିଳା ଶ୍ରମିକ ସକୁନ୍ତଳାଙ୍କ ସ୍ୱାମୀ ରାକେଶ କୋଲ୍ କହିଛନ୍ତି ଯେ, ସେମାନେ ନାସିକରୁ ଚାଲିବା ଆରମ୍ଭ କରିଥିଲେ । ପିପରଗାଓଁରେ ମୋ ପତ୍ନୀଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରାସ୍ତାରେ ମହିଳା ଶ୍ରମିକଙ୍କ ପ୍ରସବ ହୋଇଥିଲା । ଗାଁର ୪-୫ ଜଣ ମହିଳା ଥିଲେ ଏବଂ ସେମାନେ ଶାଢୀ ଆଢୁଆଳରେ ପ୍ରସବ କରାଇଥିଲେ । ତା\’ପରେ ଆମେ ଦୁଇ ଘଣ୍ଟା ବିଶ୍ରାମ କରି ଆଗକୁ ଚାଲିଲୁ । ୧୦୦-୧୫୦ କିଲୋମିଟର ଚାଲିବାବେଳେ ଏକ ଟ୍ରକ୍ ମିଳିଲା । ଯେଉଁଥିରେ ଆମେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲୁ । ଜିଲ୍ଲା କଲେକ୍ଟର ଅଜୟ କାଟସେରିଆଙ୍କ ନିର୍ଦ୍ଦେଶରେ ରେଡକ୍ରସ ସୋସାଇଟି ଗର୍ଭବତୀ ମହିଳା ଶକୁନ୍ତଳାଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲା । ମହିଳା ଶିଶୁ ବିକାଶ ବିଭାଗ ଦୁଇ କିଲୋ ଲଡୁ ଏବଂ ରାସନ ସାମଗ୍ରୀ ଦେଇଥିଲେ । ପ୍ରଶାସନ ମହିଳା ଓ ତାଙ୍କ ଶିଶୁର ଯତ୍ନ ନେଉଛନ୍ତି ।

Leave A Reply

Your email address will not be published.