୧୨ ଜୁନ୍‌ରେ ଅନ୍‌ଲାଇନ୍ ପ୍ଲାଟଫର୍ମରେ ରିଲିଜ୍ ହେବ ‘ଗୁଲାବୋ ସୀତାବୋ’

0 82

ଆୟୁଷ୍ମାନ ଖୁରାନ୍ନା ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ଗୁଲାବୋ ସିତାବୋ ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ସିନେମାଘର ବ୍ୟତୀତ ଏବେ ଏହାକୁ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ରିଲିଜ୍ କରାଯିବାର ନିଷ୍ପତ୍ତି ହୋଇଛି । ଏବେ ଏହାର ରିଲିଜ୍ ତାରିଖକୁ ଘୋଷଣା କରାଯାଇଛି । ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ଏହି ଚଳଚ୍ଚିତ୍ରକୁ ଜୁନ୍ ୧୨ ତାରିଖରେ ଆମାଜନ୍ ପ୍ରାଇମ୍‌ରେ ରିଲିଜ୍ କରାଯିବ । ଏହା ଉପରେ ଆମାଜନ୍ ପ୍ରାଇମ୍ ଭିଡିଓ ଇଣ୍ଡିଆ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ଏଥିରେ ଦର୍ଶାଯାଇଛି ୧୨ ଜୁନ୍‌କୁ ଅପେକ୍ଷା କରନ୍ତୁ, ଗୁଲାବୋ ସିତାବୋକୁ ୱାର୍ଲ୍ଡ ପ୍ରିୟିୟରର ଫାଷ୍ଟ ଡେ ଫାଷ୍ଟ ଶୋ’ ଦେଖିବା ପାଇଁ । ତେବେ ଅନ୍‌ଲାଇନ୍ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ନେଇ ଆୟୁଷ୍ମାନ୍ ଖୁରାନ୍ନା ନାରାଜ ଥିବା ପୂର୍ବରୁ ସେ ସ୍ୱୟଂ ପ୍ରକାଶ କରିଥିଲେ । ତାଙ୍କ କହିବାକଥା ବିଳମ୍ବ ହେଉ ପଛେ ସିନେମାଘରେ ରିଲିଜ୍ ହେବା ଉଚିତ୍ । ସୂଚନାଥାଉକି କି ଏହି ଫିଲ୍ମଟି କମେଡି ଡ୍ରାମା ଉପରେ ଆଧାରିତ । ଜୁହି ଚତୁର୍ବେଦୀ ଏହାକୁ ଲେଖିଥିବାବେଳେ ରୋନୀ ଲାହିରି ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ।

Leave A Reply

Your email address will not be published.