ଗ୍ରାହକ ସ୍ପର୍ଶ ସ୍ଥାନ ଗୁଡ଼ିକରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଲା ରେନୋ

0 93

ଭୁବନେଶ୍ୱର: ରେନୋ, ଭାରତର ନମ୍ବର ଏକ ୟୁରୋପିଆନ୍ ବ୍ରାଣ୍ଡ ଏହାର ଅଫିସ୍ ଓ କେତେକ ନିର୍ଦ୍ଦିଷ୍ଟ ଡିଲରସିପ୍ ଓ ସର୍ଭିସ୍ ସେଂଟରକୁ ଖୋଲିଛି । ଏହାର ସମସ୍ତ ଗ୍ରାହକ ସ୍ପର୍ଶ ସ୍ଥାନ ଗୁଡ଼ିକରେ ବିଭିନ୍ନ ପ୍ରକାର ନିରାପତା ଓ ସ୍ୱଚ୍ଛତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନୂତନ ସୁରକ୍ଷା ନିୟମ ସହିତ ରେନୋ ୧୯୪ ରୁ ଅଧିକ ସୋରୁ୍‌ମ ଓ ୱାର୍କସପକୁ ଖୋଲିଛି ଏବଂ ଅବଶିଷ୍ଟ କେନ୍ଦ୍ର ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ସ୍ଥାନୀୟ କର୍ତୃପକ୍ଷଙ୍କ ଅନୁମତି ଅନୁସାରେ ଖୋଲାଯିବ । ରେନୋ ଡିଲରସିପ୍ ଏହାର ସ୍ଥାନ ଓ ଟେଷ୍ଟ ଡ୍ରାଇଭ କାରକୁ ସ୍ୱଚ୍ଛ କରିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସୁନିଶ୍ଚିତ କରୁଛନ୍ତି । \’ୱେଲକମ୍ ବ୍ୟାକ୍‌\’ ପଦକ୍ଷେପ ଅନ୍ତର୍ଗତ ରେନୋର ଗ୍ରାହକ ପ୍ରଥମେ ପଦକ୍ଷେପକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ, ନିୟମ ଓ ପ୍ରକ୍ରିୟାର ଅନୁପାଳନ କରାଯାଉଛି । ନ୍ତସାରା ବିଶ୍ୱରେ, ରେନୋ ଏହାର ବ୍ୟାବସାୟିକ କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରୁଅଛି । ଭାରତରେ, ଆମେ ପର୍ଯ୍ୟାୟ କ୍ରମେ ବ୍ୟାବସାୟିକ କାର୍ଯ୍ୟକୁ ଆରମ୍ଭ କରୁଛୁ । ଆମର ଏଠାରେ ଦୀର୍ଘକାଳୀନ ପ୍ରତିଶ୍ରୁତିବଦ୍ଧତା ରହିଛି ଓ ଗ୍ରୁପ୍ ରେନୋର କୌଶଳଗତ କାର୍ଯ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗ୍ରାହକଙ୍କ ସୁରକ୍ଷା ଓ ସନ୍ତୋଷତା ହେଉଛି ଆମର ପ୍ରମୁଖ ଉଦ୍ଦେଶ୍ୟ ଓ ସମସ୍ତ କ୍ଷେତ୍ରରେ ଆମେ ଏହାକୁ ପ୍ରାଧାନ୍ୟ ଦେଇଥାଉ । ଲକ୍‌ଡାଉନ୍‌କୁ କୋହଳ କରାଯିବା ସହିତ ବ୍ୟବସାୟ ପୁଣି ଥରେ ଧୀରେ ଧୀରେ ଆରମ୍ଭ ହେଉଛି । ଏହି ସମୟରେ ଆମର ପ୍ରମୁଖ ଲକ୍ଷ୍ୟ ହେଉଛି ଗ୍ରାହକଙ୍କର ସୁରକ୍ଷା ଯେଉଁଥିରେ ଆମେ ପ୍ରତ୍ୟକ୍ଷ ସ୍ପର୍ଶ ସ୍ଥାନ ଗୁଡ଼ିକରେ ନିରାପତା ଓ ସୁରକ୍ଷାତ୍ମକ ଅଭ୍ୟାସ ଗୁଡ଼ିକର ଆରମ୍ଭ କରୁଛୁ । ଏହା ସହିତ ସମସ୍ତ ରେନୋ କର୍ମଚାରୀ, ଡିଲର ଓ ଅନ୍ୟାନ୍ୟ ଷ୍ଟେକହୋଲ୍‌ଡର, ତାଙ୍କର ପରିବାର ଓ ପରିଶେଷରେ ଗୋଷ୍ଠୀଙ୍କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ଓ ଏହି ସମସ୍ତ ସ୍ଥାନଗୁଡ଼ିକରେ ଆମେ ଉପଯୁକ୍ତ ବ୍ୟବସ୍ଥା କରିଛୁନ୍ତ ବୋଲି କହିଛନ୍ତି ଭେଙ୍କଟରାମ ମାମିଲାପାଲେ, କଂଟ୍ରି ସିଇଓ ଓ ପରିଚାଳନା ନିର୍ଦ୍ଦେଶକ, ରେନୋ ଇଣ୍ଡିଆ ଅପରେସନ୍ସ । ପ୍ରଥମ ସୋପାନ ଭାବରେ, ସମସ୍ତ ଡିଲରସିପ୍‌, ସୋରୁମ୍ ଓ ୱାର୍କସପ୍‌କୁ ଗ୍ରାହକଙ୍କ ପାଇଁ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ କରାଯିବ । କାର୍ଯ୍ୟ ଆରମ୍ଭ କରାଯିବା ପରେ ସମସ୍ତ ଡିଲରସିପ୍ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଓ କେବଳ ଏହାପରେ କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ । କାର୍ଯ୍ୟକୁ ନିୟମିତ ରୂପେ ଅନୁଧ୍ୟାନ କରାଯିବ ତଥା ସମସ୍ତ ସୋରୁମ୍ ଓ ୱାର୍କସପ୍‌ରେ ଉପଯୁକ୍ତ ସ୍ୱଚ୍ଛତାଭିତିକ ବ୍ୟବସ୍ଥାର ଅନୁପାଳନ କରାଯିବ । ଏହା ସହିତ ସାମାଜିକ ଦୂରତ୍ୱ ଓ ନିରାପତା ପଦକ୍ଷେପର ମଧ୍ୟ ଅନୁପାଳନ କରାଯିବ । ଡିଲରସିପ୍ ଥିବା ଡିସପ୍ଲେ ଓ ଟେଷ୍ଟ ଡ୍ରାଇଭ୍ କାରକୁ ଗ୍ରାହକ ବ୍ୟବହାର କରିବା ପରେ ଏହାକୁ ଉପଯୁକ୍ତ ଭାବରେ ପରିଷ୍କାର କରାଯିବ । ଏହି ସମାନ ସବିଶେଷ ପ୍ରକ୍ରିୟାକୁ ସର୍ଭିସିଂ ପାଇଁ ଆସୁଥିବା ସମସ୍ତ କାର ନିମନ୍ତେ ଅନୁପାଳନ କରାଯିବ ଯଦ୍ୱାରା ଗ୍ରାହକମାନେ ସମ୍ପୂର୍ଣ୍ଣ ସନ୍ତୋଷତା ଲାଭ କରିପାରିବେ । ଏହି ଆହ୍ୱାନମୂଳକ ପରିସ୍ଥିତିରେ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ, ରେନୋ ଅନେକ ଗୁଡ଼ିକ ଗ୍ରାହକ କୈନ୍ଦ୍ରିକ ଅଫରର ଆରମ୍ଭ କରିଛି । ରେନୋ ନ୍ତବାଏ ନାଓ ପେ ଲ୍ୟାଟରନ୍ତ ସ୍କିମ୍ ର ଶୁଭାରମ୍ଭ କରିଛି ଯେଉଁଥିରେ ଗ୍ରାହକମାନେ ଯେକୌଣସି ରେନୋ କାରକୁ ମେ ରେ କିଣି ପାରିବେ ଓ ତାଙ୍କର ଇଏମଆଇ କୁ କିଣିବାର ୩ ମାସ ପରଠାରୁ ଦେବା ଆରମ୍ଭ କରିବେ । ଏହି ଅଫରକୁ ଡିଲରସିପରେ ବା ରେନୋ ଇଣ୍ଡିଆ ୱେବସାଇଟରେ ବା ରେନୋ ଆପରେ ଉପଲବ୍ଧ କରାଯାଇପାରିବ । ଏହି ଉତ୍ପାଦ ଶ୍ରେଣୀରେ ମଧ୍ୟ ଆହୁରି ଅନେକ ଗୁଡ଼ିଏ ଅଫର ରହିଛି ଯେପରିକି କ୍ୟାସ ଅଫର, ଏକ୍ସଚେ ଲାଭ ଓ ୮.୯୯% ର ସ୍ୱତନ୍ତ୍ର ହାରରେ ଫାଇନାନ୍ସ ସୁବିଧା । ଏହା ସହିତ ଆହୁରି ମଧ୍ୟ ଏହାର ପୁରୁଣା ଗ୍ରାହକମାନଙ୍କ ପାଇଁ ରହିଛି ଅତିରିକ୍ତ ଲୟାଲିଟି ଅଫର ।

Leave A Reply

Your email address will not be published.