କରୋନା ଭୂତାଣୁ ପ୍ରାକୃତିକ ବୋଲି ଦାବି କଲା ଚୀନ୍‌

0 94

ବେଜିଂ : ବିଶ୍ୱବ୍ୟାପୀ କରୋନା ଭାଇରସ୍ ତାର କାୟା ମେଲାଇ ସମଗ୍ର ମାନବଜାତିକୁ ଦୋହଲାଇ ଦେଇସାରିଲାଣି । ମହାମାରୀ କୋଭିଡ୍‌-୧୯ ପଛର କାରଣ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ଉତ୍ପତ୍ତିକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ କଥା କଟାକଟି ଜାରି ରହିଥିବା ବେଳେ ଚୀନ୍‌ର ସ୍ଥିତ ଫାର୍ଷ୍ଟ ମେଡିକାଲ୍ ୟୁନିଭରସିଟିର ଗବେଷକମାନେ ନୂତନ ତଥ୍ୟ ସାମନାକୁ ଆଣିଛନ୍ତି । ଚୀନ୍‌ର ଉହାନ ସହର ସ୍ଥିତ ଏକ ଜୈବ ବିଜ୍ଞାନାଗାରରେ ଚୀନ୍ ବେଜ୍ଞାନିକମାନେ କୃତ୍ରିମ ଭାବେ ଏହି ଘାତକ ଭୂତାଣୁକୁ ସୃଷ୍ଟି କରିଛନ୍ତି ବୋଲି ଆମେରିକା ଉପଯୁକ୍ତ ପ୍ରମାଣ ରଖିଥିବା ସମ୍ପର୍କରେ ବାରମ୍ବାର ଦାବି କରିଆସୁଛି । ମାତ୍ର ଏକ ର୍ନିଦ୍ଦିଷ୍ଟ ପ୍ରଜାତିର ବାଦୁଡି଼ଙ୍କ ଠାରେ କରୋନାଭୂତାଣୁର ଏକ ପ୍ରକାର ବଂଶଜ ଭୂତାଣୁ ଠାବ ହୋଇଥିବାରୁ ଏହା କେବେ ବି କୃତ୍ରିମ ଭାବେ ସୃଷ୍ଟି ହୋଇନାହିଁ ବୋଲି ଚୀନ୍ ଭେଷଜ ବିଶ୍ୱବିଦ୍ୟାଳୟର ବେଜ୍ଞାନିକମାନେ ଦାବି କରିଛନ୍ତି । ଅବଶ୍ୟ ବାଦୁଡି଼ଙ୍କ ଠାରେ ମିଳିଥିବା ଏହି ଅଭିନବ ଭୂତାଣୁମାନଙ୍କ ପାଇଁ ସେହି ପ୍ରଜାତିର ବାଦୁଡି଼ ହିଁ ପ୍ରାକୃତିକ ଅତିଥି ହୋଇଥିବା ବେଳେ ସେହି ଭୂତାଣୁମାନଙ୍କର ମୂଳ ଉତ୍ପତ୍ତି ଜଣାପଡି଼ନାହାଁ । ତେବେ ସେହି ଧରଣର ଭୂତାଣୁଙ୍କ ଉପସ୍ଥିତିରୁ ସାର୍ସ-କୋଭ୍‌-୨ର ଉତ୍ପତ୍ତି ନିଶ୍ଚିତ ଭାବେ ପ୍ରାକୃତିକ ବୋଲି ଏ ସଂକ୍ରାନ୍ତ ସବିଶେଷ ତଥ୍ୟ \”କରେଣ୍ଟ୍ ବାୟୋଲୋଜି\’ ନାମକ ପତ୍ରିକାରେ ସ୍ଥାନ ପାଇଛି । ଏହି ଗବେଷକମାନଙ୍କ ଯୁକ୍ତି ହେଲା, ବାଦୁଡି଼ ଠାରେ ଦେଖାଦେଇଥିବା ଆର୍‌ଏମ୍‌ୱାଇଏନ୍‌-୦୨ ନାମକ ସେହି ଭୂତାଣୁର ଜିନୋମ୍ ବା ବଂଶଜ ଉପାଦାନ ସାର୍ସ-କୋଭ୍‌-୨ ସହିତ ଅତି ନିବିଡ଼ ଭାବେ ସାମଞ୍ଜସ୍ୟ ରହିଛି । ସେହିପରି ଉକ୍ତ ଭୂତାଣୁର ଖଞ୍ଜାରେ ରହିଥିବା ଆମିନୋ ଅମ୍ଳ(ଏକ ପ୍ରକାର ପ୍ରୋଟିନ୍‌) ସାର୍ସ-କୋଭ୍‌-୨ର ବାହ୍ୟଦେଶରେ ରହିଥିବା ସ୍ପାଇକ୍ ପ୍ରୋଟିନ୍ ସହ ମଧ୍ୟ ସମାନୟ ଏ ପ୍ରକାର ସାମଞ୍ଜସ୍ୟ କେବଳ ପ୍ରାକୃତିକ ଭାବେ ସୃଷ୍ଟ ଏକା ଜାତିର ବଂଶଜଙ୍କ ଠାରେ ଦେଖାଯାଇଥାଏ । ସୁତରାଂ ସାର୍ସ-କୋଭ୍‌-୨ ମଧ୍ୟ ପ୍ରାକୃତିକ ବୋଲି ସହଗବେଷକ ଉଇଫେଙ୍ଗ୍ ସାଇ କହିଛନ୍ତିୟ ସୂଚନା ଥାଉ କି, ବାଦୁଡି଼ମାନେ ହିଁ ସାର୍ସ କରୋନାଭୂତାଣୁର ବାହକ ବୋଲି ୨୦୦୫ ମସିହାରେ ଜଣାପଡି଼ବା ପରଠାରୁ ଏହି ବାଦୁଡି଼ମାନଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପାଇଁ ଗବେଷକମାନଙ୍କର ଆଗ୍ରହ ବଢ଼ଥିଲା ।

Leave A Reply

Your email address will not be published.