ମଇ ମାସରେ ବି ଖରାର ତେଜ ନାହିଁ

0 80

ନୂଆଦିଲ୍ଲୀ : ମଇ ମାସରେ ଧୂ ଧୂ ଖରା ହେବା କଥା । ସାଧାରଣତଃ ଏହି ମାସରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥାଏ । କିନ୍ତୁ ଚଳିତବର୍ଷ ତାହା ନାହିଁ । ୨୦୧୯ ମଇ ମାସରେ ରାଜଧାନୀ ଦିଲ୍ଲୀରେ ପୂରା ଗୋଟିଏ ସପ୍ତାହ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । କିନ୍ତୁ ଚଳିତବର୍ଷ ଏ ପର୍ଯ୍ୟନ୍ତ ପାରା ୪୦ଡିଗ୍ରୀ ତଳେ ରହିଛି ଓ ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି ଅନୁମାନ କରାଯାଉଛି । ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ପରେ ମଇ ମାସରେ ଯଦିଓ ଖରାପ ଉତ୍ତାପ ରହିଛି ତଥାପି ମଝି ମଝିରେ ବର୍ଷା ହେବା ଯୋଗୁଁ ଗରମ ଓ ତାପମାତ୍ରାରେ ଆଶ୍ୱସ୍ତି ମିଳିଥିବା ପରିଲକ୍ଷିତ ହୋଇଛି । ଉତ୍ତରଭାରତର କିଛି ସ୍ଥାନରେ ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସର୍ବୋପରି ପୁରା ଉତ୍ତର, ପୁର୍ବ, କେନ୍ଦ୍ରୀୟ ତଥା ଦକ୍ଷିଣ ଭାରତରେ ଚଳିତବର୍ଷ ତାପମାତ୍ରା ପୂର୍ବବର୍ଷ ଅପେକ୍ଷା କମ୍ ରହିଥିବା ଲକ୍ଷ୍ୟ କରାଯାଉଛି । ଭାରତୀୟ ମୌସୁମ ବିଭାଗର ବୈଜ୍ଞାନିକ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି କି ଚଳିତବର୍ଷ ୱେଷ୍ଟର୍ଣ୍ଣ ଡିଷ୍ଟ୍ରବେନ୍ସ ଲଗାତାର ଜାରି ରହିଛି ଯେଉଁଥିପାଇଁ ପାଣିପାଗ ତାର ପରିବର୍ତ୍ତନ କରିବାରେ ଲାଗିଛି । ସେହିପରି ତାପମାତ୍ରା କମିବାର ଅନ୍ୟାନ୍ୟ କାରଣ ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ଯାତାୟତ କମ୍‌, କମ୍ପାନୀ କଳକାରଖାନା ବନ୍ଦ ଯୋଗୁଁ କାର୍ବନ ଡାଇଅକ୍ସସାଇଡ୍ ବାୟୁମଣ୍ଡଳରେ ନମିଶିବା ଆଦି ରହିଛି ।

Leave A Reply

Your email address will not be published.