ବିଶ୍ୱର ୧୮ଟି ଦେଶକୁ ଏ ପର୍ଯ୍ୟନ୍ତ କରୋନା ଛୁଇଁପାରିନାହିଁ

0 108

ନୂଆଦିଲ୍ଲୀ : ଚଳିତବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀରୁ ଗୋଟିଏ ଭାଇରସ୍ ଏମିତି ଆସିଛି ଯେ ତାହା ସାରା ଦୁନିଆକୁ ବିଚଳିତ କରିପକାଇଛି । କରୋନା ଭାଇରସ୍ ଏବେ ମହାମାରୀର ରୂପ ନେଇସାରିଛି । ଏହାର ପ୍ରଭାବରେ ୪୨ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ପାଖାପାଖି ୩ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ୧୯୦ଟି ଦେଶ କରୋନା କବଳରେ ରହିଛନ୍ତି । ଦୁନିଆର ଏକ ତୃତୀୟାଂଶ ଲୋକ ଘରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ଏସବୁ ଭିତରେ ଦୁନିଆର ଏଭଳି କିଛି ଦେଶ ରହିଛି ଯେଉଁଠି କରୋନା ଭାଇରସ୍ ଏ ପର୍ଯ୍ୟନ୍ତ ପହଞ୍ôଚ ପାରିନାହିଁ । ଏପରିକି ଏହି ଦେଶସବୁ ସମୟ ଥାଉ ଥାଉ ସବୁ ସୀମାକୁ ସିଲ୍ କରିଦେଇଥିଲେ । ଏହି ଦେଶଗୁଡ଼ିକ ହେଉଛି କିରିବାଟି, ଆମେରିକାନ୍ ଲେସେଥୋ, ମାର୍ଶଲ ଆଇଲାଣ୍ଡ, ମିକ୍ରୋନିଶିୟା, ନାଉରୁ, ପଲଉ, ସମୋଆ, ସୋଲେମନ୍ ଆଇଲାଣ୍ଡ, ଟାଙ୍ଗୋ, ଟୁବାଲୁ, ବାନୁଆତୁ, ଟେକେଲାଓ, ନିଓ, ଦ କୁକ ଆଇଲାଣ୍ଡ, ସାଲମନ, ତୁର୍କମୋନିସ୍ତାନ ଓ ନର୍ଥ କୋରିଆ । ଏହିଭଳି ୧୮ଟି ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ପହଞ୍ôଚ ପାରିନାହିଁ ।

Leave A Reply

Your email address will not be published.