ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ ଶକୁନ୍ତଳା ଦେବୀ

ଲକ୍‌ଡାଉନ୍ କାରଣରୁ ଫିଲ୍ମ ନିର୍ମାତାମାନେ ଏବେ ଓଟିଟି ପ୍ଲାଟଫର୍ମରେ ନିଜର ଫିଲ୍ମ ରିଲିଜ୍ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି । ‘ଗୁଲାବୋ ସୀତାବୋ’ ପରେ ଏବେ ବିଦ୍ୟା ବାଲାନ୍ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ ବାୟୋପିକ୍‌କୁ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ କରିବାର ଯୋଜନା ରଖାଯାଇଛି । ଏହି ଫିଲ୍ମରେ ବିଦ୍ୟା ବାଲାନ ମାନବ କମ୍ପ୍ୟୁଟର କୁହାଯାଉଥିବା ଗଣିତଜ୍ଞ ଶକୁନ୍ତଳା ଭୂମିକାରେ ଅଭିନୟ କରିଛନ୍ତି । ଏହା ଖୁବ୍‌ଶୀଘ୍ର ରିଲିଜ୍ ହେବ ବୋଲି ଜଣାଯାଇଛି । ପରନ୍ତୁ ଏ ପର୍ଯ୍ୟନ୍ତ ଏହାର ରିଲିଜ୍ ତାରିଖକୁ ଘୋଷଣା କରାଯାଇନାହିଁ । ଆମାଜନ୍ ପ୍ରାଇମ୍ ଭିଡିଓରେ ଏହି ଫିଲ୍ମକୁ ୱାର୍ଲ୍ଡ ପ୍ରିୟିୟର ରିଲିଜ୍ କରାଯିବାର ଯୋଜନା ରହିଛି । ସୂଚନାଥାଉକି ଏହି ଫିଲ୍ମଟି ଶକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ ଯିଏକି ମାତ୍ର କେଇ ସେକେଣ୍ଡ ମଧ୍ୟରେ କଠିନରୁ କଠିନତମ ପ୍ରଶ୍ନକୁ ଚୁଟ୍‌କିରେ ସମାଧାନ କରିଦେଇଥାନ୍ତି । ଏହି ଫିଲ୍ମରେ ବିଦ୍ୟା ବାଲାନ୍‌ଙ୍କ ସହ ସାନ୍ୟା ମାଲ୍‌ହୋତ୍ରା ବି କାମ କରିଛନ୍ତି । ସାନ୍ୟା ଏହି ଫିଲ୍ମରେ ଶକୁନ୍ତଳା ଦେବୀଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଅମିତ୍ ସାଘ ଓ ଜିଖ୍‌ଶୁ ସେନ୍‌ଗୁପ୍ତା ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ଅନୁ ମେନନ୍ ନିର୍ଦ୍ଦେଶନା ଦେଇଥିବା ବେଳେ ସୋନି ପିକଚର୍ସ ନେଟ୍‌ୱର୍କ ପ୍ରଡକ୍ସନ୍ ଓ ବିକ୍ରମ ମାଲହୋତ୍ରା ଏହାର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *