ବଙ୍ଗାଳୀ ଲୋକଙ୍କ ପ୍ରତି ବିଦେଶ ମନ୍ତ୍ରାଳୟର ଭେଦଭାବ କାହିଁକି ବୋଲି ପଚାରିଲେ ପଶ୍ଚିମବଙ୍ଗ ମନ୍ତ୍ରୀ

0 89

କୋଲକାତା : କରୋନା ସଂକଟ ସମୟରେ ବିଭିନ୍ନ ଦେଶରେ ଫସିଥିବା ଭାରତୀୟମାନେ ସ୍ୱଦେଶ ଫେରୁଛନ୍ତି । ବନ୍ଦେ ଭାରତ ମିଶନ ଅନ୍ତର୍ଗତ ହଜାର ହଜାର ଭାରତୀୟ ଏବେ ବିଭିନ୍ନ ଦେଶରୁ ଆସିବାରେ ଲାଗିଛନ୍ତି । ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଅଭିଯୋଗ କରିଛନ୍ତି କି ବିଦେଶ ମନ୍ତ୍ରାଳୟ ବଙ୍ଗାଳୀ ଲୋକଙ୍କ ସହ ଭେଦଭାବ କରୁଛି । ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଥିବା ପାର୍ଥ ବାନାର୍ଜ କହିଛନ୍ତି କି ଜର୍ଜିଆ ଲୋକମାନେ ଗୁଜରାଟ ଆସିପାରୁଛନ୍ତି, କିର୍ଗିସ୍ତାନ ଲୋକମାନେ ବିହାର ଆସୁଛନ୍ତି କିନ୍ତୁ ବେଙ୍ଗଲୀ ଲୋକଙ୍କୁ କାହିଁକି ଏଥିରୁ ବାଦ୍ କରାଯାଉଛି? ବିଦେଶ ମନ୍ତ୍ରାଳୟକୁ ଏଭଳି ଭେଦଭାବ ରୋକିବା ଉଚିତ୍ । ଏହା ଉପରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ବିଦେଶ ମନ୍ତ୍ରାଳୟ କେବେବି ରାଜ୍ୟ ରାଜ୍ୟ ମଧ୍ୟରେ ଭେଦଭାବ ରଖିନଥାଏ । ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ବନ୍ଦେ ଭାରତ ମିଶନ ଅନୁଯାୟୀ ସବୁ ପ୍ରାନ୍ତରର ଲୋକଙ୍କୁ ଅଣାଯାଉଛି ଓ ଏଥିରେ ବଙ୍ଗାଳୀ ଲୋକ ବି ସାମିଲ ଅଛନ୍ତି । ଦୁନିଆର ବିଭିନ୍ନ ପ୍ରାନ୍ତରରେ ଫସିରହିଥିବା ୩୭୦୦ ଭାରତୀୟ ପଞ୍ଜିକରଣ କରିଥିବାରୁ ବର୍ତ୍ତମାନ ସେମାନଙ୍କୁ ଅଣାଯିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.