ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ନୂଆ ଭିଡିଓ

0 78

ଲକ୍ଡାଉନ୍ ମଧ୍ୟରେ ବଲିଉଡ୍ ସେଲିବ୍ରେଟିମାନେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିଛନ୍ତି । ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପ୍ରତ୍ୟେକ ଦିନ କିଛି ଫଟୋ ଅବା ଭିଡିଓ ସେୟାର କରି ପ୍ରଶଂସକଙ୍କୁ ବେଶ୍ ମନୋରଞ୍ଜନ କରୁଛନ୍ତି । ଏଥିସହିତ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଲୋକଙ୍କୁ କିଛି ସନ୍ଦେଶ ବି ଦେଉଥିବା ଲକ୍ଷ୍ୟ କରାଯାଇଛି । ଏବେ ସେ ତାଙ୍କ ସ୍ୱାମୀ ନିକ୍ ଜୋନସ୍ଙ୍କ ସହ ନିଜର ସମୟ ଅତିବାହିତ କରିବା ସହ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି ଯାହାକି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ସେ ଏକ ଡ୍ୟାନ୍ସିଂ ଭିଡିଓ ସେୟାର କରିଛନ୍ତି । ଏଥିରେ ଜଣାଯାଉଛି କି ପ୍ରିୟଙ୍କା କୌଣସି ସୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହି ଭିଡିଓରେ ପ୍ରିୟଙ୍କା ମସ୍ତିଭରା ଅନ୍ଦାଜରେ ଝୁମୁଛନ୍ତି । ଭିଡିଓରେ ଗାଇବାର ବିଟ୍ସ ତ ସଠିକ୍ ଜଣାପଡ଼ୁନାହିଁ କିନ୍ତୁ ଯାହା ଲାଗୁଛି ଏହା କୌଣସି ପଞ୍ଜାବୀ ଗୀତର ଧୂନ୍ । ଖୋଦ୍ ପ୍ରିୟଙ୍କା ଏହି ଭିଡିଓରେ ଖୁବ୍ ଖୁସିଥିବା ଲାଗୁଛନ୍ତି । ତାଙ୍କ ଚେହେରାର ସ୍ମାଇଲ୍ ସୂଚନା ଦେଉଛି କି ସେ ଖୁବ୍ ଭଲ ମୁଡ୍ରେ ରହିଛନ୍ତି ।

Leave A Reply

Your email address will not be published.