ରେଡ୍ ଚିଲି ଏଣ୍ଟରଟେନ୍ମେଣ୍ଟ ପରିବାରର ଜଣେ ସଦସ୍ୟଙ୍କୁ ହରାଇ ଶାହାରୁଖ୍ ଦୁଃଖିତ

0 80

ଅଭିନେତା ଶାହାରୁଖ୍ ଖାନ୍ ଟ୍ୱିଟ୍ କରି ଦର୍ଶାଇଛନ୍ତି କି ତାଙ୍କର ଜଣେ ଖାସ୍ ତଥା ଅତି ନିକଟତର ବ୍ୟକ୍ତିଙ୍କ ନିଧନ ହୋଇଯାଇଛି । ଶାହାରୁଖ୍ଙ୍କ ରେଡ୍ ଚିଲି ଏଣ୍ଟରଟେନ୍ମେଣ୍ଟ ଏକ ବଡ଼ ପରିବାର ଯେଉଁଠି ଅଭିନେତା ବହୁ ଲୋକଙ୍କ ସହ ମିଳିମିଶି କାମ କରିଥାନ୍ତି । କିନ୍ତୁ ଖବରରୁ ଜାଣିବାକୁ ମିଳିଛି ସେହି ପରିବାର ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଛି । ଏହାକୁ ନେଇ ଶାହାରୁଖ୍ ଖୁବ୍ ଦୁଃଖୀ ଅଛନ୍ତି । ଶାହାରୁଖ୍ ଟ୍ୱିଟ୍ କରି କହିଛନ୍ତି କି ତାଙ୍କ ସାଥୀ ଅଭିଜିତ୍ଙ୍କ ନିଧନ ହୋଇଯାଇଛି । ସେ ଦୁନିଆକୁ ଅଲ୍ବିଦା କରି ବିଦାୟ ନେଇଯାଇଛନ୍ତି । ଅଭିଜିତ୍ ଆମ ଟିମ୍ର ଜଣେ ଦକ୍ଷ ତଥା ଅତି ପ୍ରିୟ ଥିଲେ । ଆମେ ଯେବେବି କିଛି ଠିକ୍ କିମ୍ବା ଭୁଲ୍ କରୁଥିଲୁ ଭାବୁଥୁଲୁ କି ଅଭିଜିତ୍ ଅଛନ୍ତି ମାନେ ଚିନ୍ତା କରିବାର ନାହିଁ । ଶାହାରୁଖ୍ ଏହା ଟ୍ୱିଟ୍ କରିବା ସହ ଆହୁରି ଦର୍ଶାଇଛନ୍ତି କି ତୁମେ ବହୁତ ମନେପଡ଼ିବ ଦୋସ୍ତ । ଏପରି ଦୁଃଖଭରା ସନ୍ଦେଶ ଦେଇ ଶାହାରୁଖ୍ ଦର୍ଶାଇଛନ୍ତି କି ତାଙ୍କ କମ୍ପାନୀର ପ୍ରତିଟି ବ୍ୟକ୍ତିଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ସେ ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.