‘ଜନ୍ନତ’ ପରେ ସେପରି ସଫଳତା ପାଇନାହାନ୍ତି ସୋନଲ

0 75

ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ତାରକା ଏପରି ଅଛନ୍ତି ଯେଉଁମାନେ କି କ୍ୟାରିୟର ଆରମ୍ଭରୁ ଖୁବ୍ ଷ୍ଟ୍ରଗଲ୍ର ସାମ୍ନା କରିଛନ୍ତି । କିନ୍ତୁ ଏହାପରେ ସେ ଖୁବ୍ ନାମ ଓ ଇଜ୍ଜତ କମାଇଥିବା ନଜିର ରହିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି ଯେଉଁମାନେ କି କ୍ୟାରିୟର ଆରମ୍ଭରୁ ସଫଳତା ପାଇଥିଲେ ବି ପରବର୍ତ୍ତୀ ସମୟରେ ସେପରି କମାଲ କରିପାରି ନାହାନ୍ତି । ‘ଜନ୍ନତ’ ଫିଲ୍ମରେ ଇମ୍ରାନ୍ ହାସ୍ମୀଙ୍କ କୋଷ୍ଟାର ଥିବା ସୋନଲ ଚୌହ୍ୱାନଙ୍କ ସହ ବି ଏପରି ହୋଇଛି । ‘ଜନ୍ନତ’ ଫିଲ୍ମରେ ସେ ଖୁବ୍ ନାମ କମାଇଥିଲେ ବି ପରବର୍ତ୍ତୀ ସମୟରେ ସେପରି କିଛି ଖାସ୍ କମାଲ କରିପାରି ନାହାନ୍ତି । ଆସନ୍ତୁ ଜାଣିବା ସୋନଲଙ୍କ ଜନ୍ମଦିନରେ ତାଙ୍କ ଜୀବନର କିଛି ମୁହୂର୍ତ୍ତକୁ… । ସୋନଲ ଚୌହ୍ୱାନଙ୍କ ମଇ ୧୬ ତାରିଖ ୧୯୮୭ରେ ଆଗ୍ରାରେ ଜନ୍ମ ହୋଇଥିଲେ । କିନ୍ତୁ ଦିଲ୍ଲୀରେ ସେ ବଢ଼ିଥିଲେ । ନୋଏଡାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପାଠପଢ଼ା କରିବା ପରେ ଦିଲ୍ଲୀର ଗାର୍ଗି କଲେଜରେ ସେ ଫିଲୋସୋପିରେ ଗ୍ରାଜୁଏସନ୍ କରିଥିଲେ । ପ୍ରଥମଥର ପାଇଁ ସେ ହିମେଶ ରେଶମିୟାଙ୍କ ଫିଲ୍ମ ‘ଆପ୍ କା ସୁରୁର୍’ରେ ସେ ପ୍ରଥମେ ନଜର ଆସିଥିଲେ । ଏହାପରେ ୨୦୦୮ ମସିହାରେ ସେ ଇମ୍ରାନ୍ ହାସ୍ମୀଙ୍କ ଫିଲ୍ମ ‘ଜନ୍ନତ’ରେ କାମ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ହିନ୍ଦୀ ଫିଲ୍ମରେ ଅଧିକ କାମ କରିବାର ସୁଯୋଗ ନମିଳିବାରୁ ସେ ସାଉଥ୍ ଇଣ୍ଡଷ୍ଟ୍ରି ଆଡ଼େ ମୁହାଁଇଥିଲେ । ସେ ଚୁଲୁଭେୟେ ନିନେ ନୋଡାଲୁ ନାମ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଥିଲେ । ଏହାପରେ ସେ ହାତଗଣତି ମାତ୍ର କେତୋଟି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଛନ୍ତି । ୨୦୧୧ରେ ‘ବୁଢ଼ା ହୋଗା ତେରା ବାପ୍’, ନୀଲ୍ ନିତିନ୍ ମୁକେଶଙ୍କ ସହ ‘୩ଜି’ ଓ ୨୦୧୮ରେ ଜେପି ଦତ୍ତାଙ୍କ ଫିଲ୍ମ ‘ପଲଟନ୍’ରେ କାମ କରିଥିଲେ ବି ସେତେଟା ସଫଳତା ପାଇନାହାନ୍ତି । ଏବେ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ ଅଛନ୍ତି । ସେ ତେଲୁଗୁ, ତାମିଲ ଓ କନ୍ନଡ ଫିଲ୍ମରେ କାମ କରୁଛନ୍ତି । ପରନ୍ତୁ ଏବେ ଲକ୍ଡାଉନ୍ ଚାଲିଥିବା ଯୋଗୁଁ ତାଙ୍କ ହାତରେ କୌଣସି ଖାସ୍ ପ୍ରୋଜେକ୍ଟ ନାହିଁ । ଏବେ ସେ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ସହ ସର୍ବଦା ଜଡ଼ିତ ରହିଛନ୍ତି ।

Leave A Reply

Your email address will not be published.