୨୦୨୦ ମେ’ରେ ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ୨୧,୦୦୦ ଗାଡ଼ିର ବିକ୍ରି ଏବଂ ୨.୫ ଲକ୍ଷ ଗାଡ଼ିର ସର୍ଭିସିଂ କରାଯାଇଛି

0 87

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଉଟ୍ଲେଟ୍ ନେଟ୍ୱର୍କକୁ ପର୍ଯ୍ୟାୟକ୍ରମେ ଖୋଲାଯିବା ସହିତ ଡେଲିଭରି ଆରମ୍ଭ କରାଯାଇଛି । କଂପାନିର ରିଟେଲ୍ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ୨୦୨୦ ମେ’ରେ କଂପାନି ୨୧,୦୦୦ଟି ଗାଡ଼ି ବିକ୍ରି କରିସାରିଥିବା ବେଳେ ଏହାର ଡିଲର୍ସିପ୍ ଏବଂ ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ଆଉଟ୍ଲେଟ୍ରେ ୨.୫ ଲକ୍ଷ ଗାଡ଼ିର ସର୍ଭିସିଂ କରିଛି । ସୁରକ୍ଷାକୁ ପ୍ରାଥମିକତା ଦେଇ ହୋଣ୍ଡାର ୪୫% ଡିଲରସିପ୍ ଓ ମୋଟ୍ ନେଟୱର୍କର ୩୦%କୁ ପୁନର୍ବାର ଖୋଲାଯାଇସାରିଲାଣି । ଏହି ସମସ୍ତ ଆଉଟ୍ଲେଟ୍ ଭାରତ ସରକାରଙ୍କ ତରଫରୁ ଜାରିି କରାଯାଇଥିବା ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ଏବଂ ହୋଣ୍ଡା ପକ୍ଷରୁ ଜାରି କରାଯାଇଥିବା ନ୍ତଡିଲରସିପ୍ ପୁନର୍ବାର ପରିଚାଳନା ମାନୁଆଲ୍ନ୍ତ ଅନୁସାରେ ଭିତିଭୂମି ଓ ପ୍ରକ୍ରିୟାକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂ ନିର୍ଦେଶକ ଶ୍ରୀଯୁକ୍ତ ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ନ୍ତଏହି ଆହ୍ୱାନପୂର୍ଣ୍ଣ ସମୟରେ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ସତର୍କତାର ସହ ଆଗକୁ ବଢ଼ି ଏହାର ପରିବେଶକୁ ଶକ୍ତିଶାଳୀ କରୁଛି । ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁରକ୍ଷିତ ରଖି ହୋଣ୍ଡା ନେଟ୍ୱର୍କ ଗ୍ରାହକଙ୍କୁ ଉଲ୍ଲସିତ କରିବା ଲାଗି ପ୍ରସ୍ତୁତ ଓ ଆଗଭର ରହିଛି । ଭାରତର ଲୋକପ୍ରିୟ ୬ଟି ବିଏସ୍ ସିକ୍ସ ଉତ୍ପାଦ ସହିତ ଆମେ ରିଟେଲ୍ ପଏଂଟ୍ରେ ଗ୍ରାହକଙ୍କ ଦ୍ୱାରା ଗାଡ଼ି କିଣାରେ ବୃଦ୍ଧି ଦେଖୁଛୁ । ଟଚ୍ ପଏଂଟ୍ଗୁଡ଼ିକରେ ବର୍ଦ୍ଧିତ ସଂଖ୍ୟକ ଗାଡ଼ି ହୋଣ୍ଡା ଉପରେ ଗ୍ରାହକଙ୍କ ବିଶ୍ୱାସ ଓ ପ୍ରତିଶ୍ରୁତିର ପ୍ରତିଫଳନ ଏବଂ ନୂତନ ପରିମଳ ଏବଂ ସାମାଜିକ ଦୂରତ୍ୱ ନିୟମକୁ ନେଇ ଆମେ ଆମର ନେଟୱର୍କକୁ ସେବା ଯୋଗାଇବା ଲାଗି ପ୍ରସ୍ତୁତ ରଖିଛୁ ।” ୍ଗ୍ରାହକମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବା ଲାଗି ହୋଣ୍ଡା ପକ୍ଷରୁ ଏହାର ନେଟୱର୍କରେ ସ୍ୱତନ୍ତ୍ର ଫାଇନାନ୍ସ ସ୍କିମ୍ ସବୁ ପ୍ରଦାନ କରାଯାଉଛି । ଗ୍ରାହକମାନେ ମୂଲ୍ୟର ୧୦୦% ଋଣ, କମ୍ ଡାଉନ୍ ପେମେଂଟ୍ ଏବଂ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିବାର ସୁବିଧା ପାଇପାରିବେ । ସେହିପରି ଗ୍ରାହକମାନେ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ୨୦ରୁ ଅଧିକ ଇଏମ୍ାଇ ଜରିଆରେ ଗାଡ଼ି କିଣିବା ବିକଳ୍ପ ଚୟନ କରିପାରିବେ । ଅନେକ ହୋଣ୍ଡା ଡିଲରସିପ୍ରେ ଅନ୍ଲାଇନ୍ ବୁକିଙ୍ଗ ଉପଲବ୍ଧ ହେଉଛି । କୋଭିଡ୍-୧୯ର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ହୋଣ୍ଡାର ଡିଲର୍ସିପ୍, ସୋ’ରୁମ୍ ଏବଂ ୱାର୍କସପ୍ଗୁଡ଼ିକରେ ଡିଲରସିପ୍ ପୁନର୍ବାର ଚାଲୁ କରିବାର ମାନୁଆଲ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କଂପାନି ତରଫରୁ ଡିଲର୍ମାନଙ୍କୁ ବ୍ୟାପକ ଆର୍ଥିକ ପ୍ୟାକେଜ୍ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.