ଏୟାରଟେଲ ଡିଜିଟାଲ ଟିଭିରେ ‘ମାଲ୍ଗୁଡ଼ି ଡେଜ୍’

0 72

ଭୁବନେଶ୍ୱର: ଭାରତର ଏକ ଅଗ୍ରଣୀ ଡିଟିଏଚ ସେବା ପ୍ରଦାନକାରୀ, ଏୟାରଟେଲ ଡିଜିଟାଲ ପକ୍ଷରୁ ଆଇଏନ୧୦ ମିଡିଆ ଦ୍ୱାରା ଏକ ପ୍ରିମିୟମ ଓଟିଟି ପ୍ଲାଟଫର୍ମ, ଏପିକ୍ ଅନ୍-ଇଣ୍ଡିଆଜ ଷ୍ଟୋରୀଟେଲରସ୍ ସହିତ ଏକ ସ୍ୱତନ୍ତ୍ର ସହଯୋଗୀତାର ଘୋଷଣା କରାଯାଇଛି । ଏହି ସହଯୋଗୀତାର ଅଂଶ ବିଶେଷ ଭାବେ ଏୟାରଟେଲ ଡିଜିଟାଲ ଟିଭି, ସମଗ୍ର ଦେଶର ୧୬ ନିୟୁତରୁ ଉଦ୍ଧ୍ୱର୍ ପରିବାରେରେ ‘ମାଲଗୁଡ଼ି ଡେଜ୍’ର ଏହି ସୀମାହୀନ ଭାବବିହ୍ୱଳ ଆବେଗପୂର୍ଣ୍ଣ ସିରିଜକୁ ଆଣିଦେବ । ଏୟାରଟେଲ ଡିଜିଟାଲ ଟିଭିର ଗ୍ରାହକମାନେ ବର୍ତମାନ ଚ୍ୟାନେଲ ନମ୍ବର ୧୦୨ରେ ଦିନକୁ ମାତ୍ର ୧.୫ ଟଙ୍କାରେ ବଳକା ସମୟରେ ଏହି ୮୦ ଦଶକ କ୍ଲାସିକର ଯାଦୁକୁ ଅନୁଭବ କରିବାକୁ ସକ୍ଷମ ହୋଇାପାରିବେ । ଏୟାରଟେଲ ଏହି ସିରିଜଗୁଡ଼ିକୁ କେତେକ ସ୍ୱତନ୍ତ୍ର ବିକଳ୍ପ ସହ ନେଇଆସିଛି ଯାହା ସହିତ ଗ୍ରାହକମାନେ ସେମାନଙ୍କର ଦୈନନ୍ଦିନ ଟିଭି ଶୋରେ ଯୋଡ଼ି ହେବା ଭଳି ଏପିସୋଡଗୁଡ଼ିକୁ ଗୋଟିଏ ପରେ ଗୋଟିଏ କିମ୍ବା ଏକ ନିର୍ଦ୍ଧାରିତ ସମୟରେ ପ୍ଲେ କରି ଏହି ସିରିଜ୍କୁ ଉପଭୋଗ କରିପାରିବେ । ଆର କେ ନାରାୟଣଙ୍କ ଦ୍ୱାରା ପ୍ରଦତ କେତେକ ହୃଦୟସ୍ପର୍ଶୀ କ୍ଷୁଦ୍ର କାହାଣୀ ଉପରେ ଆଧାରିତ ଏହି ମାଲଗୁଡି଼ ଡେଜ ସିରିଜ, ମାଲଗୁଡ଼ି ନାମକ ଏକ କାଳ୍ପନିକ ଛୋଟ ସହରରେ ସାଧାରଣ ଜୀବନ ଅତିବାହିତ କରୁଥିବା କେତେକ ଚରିତ୍ରଙ୍କ ବିଷୟରେ । ମୁଖ୍ୟ ଚରିତ୍ର ସ୍ୱାମୀ ଏବଂ ତାର ବନ୍ଧୁମାନେ ସମ୍ମୁଖୀନ ହେଉଥିବା ବିଚାର ଓ ଶାରୀରିକ ଯନ୍ତ୍ରଣା ଚାରିପାଖରେ ହିଁ କାହାଣୀର ପ୍ଳଟ ଘୂରି ବୁଲୁଛି । ମାଲ୍ଗୁଡ଼ି ଡେଜ୍ ପ୍ରଥମେ ଜାତୀୟ ଟେଲିଭିଜନରେ ୧୯୮୬ ମସିହାରେ ଟେଲିକାଷ୍ଟ ହୋଇଥିଲା ଏବଂ ସେହି ସମୟରେ ବଢ଼ିଥିବା ଭାରତୀୟଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିଲା । ଶଙ୍କର ନାଗଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜରେ ସେ ସମୟର ଲୋକପ୍ରିୟ ଶିଶୁ କଳାକାର ମାଷ୍ଟର ମୁନାଥ ଏବଂ ଅନ୍ୟ ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଗିରିଶ କନ୍ନଡ଼, ବୈଶାଳୀ କସରଭାଲୀ, ଅନନ୍ଥ ନାଗ ଏବଂ ଅରୁନ୍ଧତୀ ନାଗ ପ୍ରମୁଖ ସାମିଲ ଥିଲେ । ନୂଆ ଚାନେଲ ସମ୍ପର୍କରେ ମତ ରଖି ଏୟାରଟେଲ ଡିଜିଟାଲ ଟିଭିର ମାର୍କେଟିଙ୍ଗ ହେଡ ଶ୍ରୀ ଆଶିଷ ଆହୁଜା କହିଛନ୍ତି ଯେ, ନ୍ତଆମର ଚ୍ୟାନେଲରେ ଏହି କାର୍ଯ୍ୟକ୍ରମକୁ ସାମିଲ କରି ଆମେ ବେଶ୍ ଆନନ୍ଦିତ ଏବଂ ଆମର ଗ୍ରାହକମାନଙ୍କ ପାଇଁ ସବୁବେଳେ ଏଭଳି ପ୍ରଯୁଜ୍ୟ କଂଟେଟ ସାମିଲ କରିବା ପାଇଁ ଆମେ ପ୍ରତିଜ୍ଞା କରଛୁ ।ନ୍ତ ସେହିଭଳି ଏପିକ୍ ଅନ୍-ଚିଫ ଅପରେଟିଙ୍ଗ ଅଫିସର ଶ୍ରୀ ସୌର୍ଯ୍ୟ ମହାନ୍ତି କହିଛନ୍ତି ଯେ, ନ୍ତଏୟାରଟେଲ ଡିଜିଟାଲ ଟିଭି ସହିତ ହାତ ମିଳାଇ ଏବଂ ପୁରା ଦେଶରେ ଆମର ଉପସ୍ଥିତିକୁ ମଜବୁତ କରିବାକୁ ଯାଇ ଆମେ ବେଶ ଆନନ୍ଦିତ । ଏହା ଏକ ଦୀର୍ଘ କାଳୀନ ସହଯୋଗୀତାର ଆରମ୍ଭ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.