ତେଲେଙ୍ଗାନାରୁ ଗଜପତିକୁ ଫେରିଲେ ୫୮ ପ୍ରବାସୀ

0 51

ପାରଳାଖେମୁଣ୍ଡି, ୧୭ା୦୫ : ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୫୮ଜଣ ପ୍ରବାସୀ ତେଲାଙ୍ଗାନା ରାଜ୍ୟରୁ ନିଜ ଭିଟାମାଟିକୁ ଫେରିଥିବା ସୁଚନା ମିଳିଛି । ଏହି ପ୍ରବାସୀ ମାନେ ତେଲାଙ୍ଗାନା ରାଜ୍ୟରୁ ଏକ ବସ ଯୋଗେ ଗଞ୍ଜାମ ଜିଲ୍ଲାର ହଳଦିଆପଦରରେ ପହଞ୍ଚିଥିଲେ । ସେଠାରୁ ମୋହନା ବ୍ଲକ ପ୍ରଶାସନ ଦ୍ୱାରା ସେମାନଙ୍କୁ ଏକ ବସ ଯୋଗେ ମୋହନା ଅଣାଯାଇଥିଲା । ମୋହନା ବ୍ଲକ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲାଙ୍କ ନିର୍ଦ୍ଦେଶରେ କିଛି ବ୍ଲକ କର୍ମଚାରୀମାନେ ସାମାଜିକ ଦୁରତା ରକ୍ଷା କରି ସେମାନଙ୍କୁ ନିରାପଦରେ ମୋହନା ଆଣିଥିଲେ । ମୋହନା ବ୍ଲକର ଲୁଣ୍ଡୁରୁଗୁଡା ବାଳିକା ଛାତ୍ରୀନିବାସରେ ୨୨ଜଣ,ଅଡବା ହଷ୍ଟେଲରେ ଜଣେ,ଲୁଡୁରୁ ଆଶ୍ରମ ସ୍କୁଲ ସଂଘରୋଧ କେନ୍ଦ୍ରରେ ୩୫ ଜଣଙ୍କୁ ରଖାଯାଇଥିବା ବିଡିଓଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.