ସରପଞ୍ଚଙ୍କୁ ହତ୍ୟା

0 74

ନୟାଗଡ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲମରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ କିଛି ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ହତ୍ୟା କରିଛନ୍ତି । ସୁଶାନ୍ତ ଆଜି ରାତି ପ୍ରାୟ ସାେ ୧୦ଟା ବେଳେ କାମ ସାରି ପଞ୍ଚାୟତ ଅଫିସରୁ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ସେ କିଛି ବୁଝିବା ଆଗରୁ ସେମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ହାଣି ପକାଇଥିଲେ । ଏଥିରେ ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୁଶାନ୍ତ ତଳେ ପଡ଼ିଯିବା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ସେମାନେ ସୁଶାନ୍ତଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରାତି ପ୍ରାୟ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବାବାକୁ ପଠାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପୁଲିସର ସୂଚନା ଅନୁଯାୟୀ, କୌଣସି ଏକ ଘଟଣାକୁ କେନ୍ଦ୍ର କରି ସୁଶାନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କ ପୂର୍ବ ଶତ୍ରୁତା ଲାଗି ରହିଥିଲା । ଏହାକୁ ନେଇ ଶନିବାର ସଂଧ୍ୟାରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହା ପରେ ସୁଶାନ୍ତ ପଞ୍ଚାୟତ ଅଫିସ୍ ·ଲି ଯାଇଥିଲେ । ଲକଡାଉନ୍ରେ ରାସ୍ତାଘାଟ ଶୂନଶାନ୍ ଥିବାରୁ ଏହାର ସୁଯୋଗରେ ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା କୁହାଯାଉଛି ।

Leave A Reply

Your email address will not be published.