ପୁଣିଥିରେ ଗଡିବ ମୋ ସାଇକେଲ

0 90

ଭୁବନେଶ୍ୱର : ଜନସାଧାରଣଙ୍କ ଅନୁରୋଧକୁ ଆଧାର କରି ରାଜ୍ୟ ସରକାର କ୍ରୁଟ୍କୁ ମୋ ସାଇକଲ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ସାଇକଲର ବ୍ୟବହାର ସାମାଜିକ ଦୂରତାରକ୍ଷାରେ ଭୁବନେଶ୍ୱରବାସୀଙ୍କ ପାଇଁ ସହାୟକ ହେବ । ଆସନ୍ତା ଜୁନ୍ ୩୦ ଯାଏଁ ମୋ ସାଇକଲର ବ୍ୟବହାର କଲେ ଭୁବନେଶ୍ୱରବାସୀ ନିଃଶୁଳ୍କ ରିହାତି ସୁବିଧା ପାଇବେ । ଗୋଟିଏ ଦିନରେ ଅନେକ ଥର ସାଇକଲ ରାଇଡ୍ କରିପାରିବେ, କିନ୍ତୁ କୌଣସି ରାଇଡ୍ ସର୍ବାଧିକ ୩୦ ମିନଟ୍ର ହିଁ ହୋଇପାରିବ । ୩୦ମିନଟ୍ରୁ ଅଧିକା କୌଣସି ରାଇଡ୍ରେ ଗଲେ ଗ୍ରାହକମାନଙ୍କୁ ଚଳିତ ଭଡା ଦେବାକୁ ପଡିବ । କୋରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସମୃଦ୍ଧ ରଖିବା ପାଇଁ, ଶାରିରୀକ ମାନସିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାଇକଲ ଚଲାଇବା ଲାଭଦାୟକ ଅଟେ । ମୋର ଆଶା ଅସୀମିତ ରାଇଡ୍ର ସୁବିଧା ଅଧିକାରୁ ଅଧିକା ନାଗରୀକମାନେ ଉଠାଇବେ ଏବଂ ପ୍ରଥମ ୩୦ମିନଟ୍ ମାଗଣା ରାଇଡ୍ ଅଫରର ବ୍ୟବହାର କରିବେ ବୋଲି ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ରକହିଥିଲେ । ସେବା ଆରମ୍ଭରେ ୩୦୦ଟି ସାଇକଲ(ୟାନାଓୟୁଲୁ), ୫୦ଟି ପବ୍ଲିକ୍ ବାଇକ ସେୟାରିଙ୍ଗ୍ ଷ୍ଟେସନରେ ଉପଲବ୍ଧ ହେବ । ପ୍ରତ୍ୟେକ ସାଇକଲର କୀଟାଣୁ ନାସକ ଶୁଦ୍ଧିକରଣର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।ଏପରିକି ଆପ୍ ମାଧ୍ୟମରେ ବ୍ୟବହାର କରିବାକୁ ଚାହୁଁଥିବା ସାଇକଲ କେବେ ଶୁଦ୍ଧିକରଣ ହୋଇଥିଲା ତାର ସୂଚନା ଦିଆଯିବ, ଏଥିପାଇଁ ଟେକନିକାଲ ଟିମ୍ କାର୍ଯ୍ୟରତ । ପ୍ରତ୍ୟେକ ସାଇକଲର ବ୍ୟବହାର ପରେ ତା ବଦଳରେ ଏକ ନୂଆ ପୂର୍ଣ୍ଣଶୁଦ୍ଧି ହୋଇଥିବା ସାଇକଲ ଦିଆଯିବ । ଶ୍ରୀମତୀ ମହାପାତ୍ର ବିଶେଷ ଭାବରେ ମୋ ସାଇକଲର ବ୍ୟବହାର ସମୟରେ ମାସ୍କ ଏବଂ ଗ୍ଲୋବ୍ସର ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି ।ଏପରିକି ସାଇକଲ ଷ୍ଟେସନରେ ଭିଡ ନକରି ସାମାଜିକ ଦୂରତାକୁ ରକ୍ଷା କରିବାକୁ କହିଛନ୍ତି ।

Leave A Reply

Your email address will not be published.