ଅମ୍ଫନ ମୁକାବିଲା ପାଇଁ ଏନ୍ଡିଆରଏଫରୁ ଗଲେ ୧୦ଟି ଟିମ

0 91

ବାରଙ୍ଗ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ଫନର ମୁକାବିଲା ନିମନ୍ତେ ମୁଣ୍ଡଳୀ ସ୍ଥିତ ୩ୟ ବାହିନି ଏନ୍ଡିଆରଏଫ ପକ୍ଷରୁ ସିନିଅର କମାଣ୍ଡଟାଣ୍ଟ ଜାକବ କିସ୍ପୋଟାଙ୍କ ତତ୍ୱାବଧାନରେ ଓଡିଶାର ବିଭିନ୍ନ ଜିଲ୍ଲାକୁ ୧୦ ଟି ଟିମ ଯାଇଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକକୁ ୨ଟି ଲେଖାଏଁ ଟିମ ଯାଇଥିବା ବେଳେ ଜାଗତସିଂହପୁର, ପୁରୀ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ୧ଟିଏ ଲେଖାଏଁ ଟିମ ଯାଇଛନ୍ତି । ଉପରୋକ୍ତ ଟିମ କଟିଙ୍ଗ ମସିନ, ବୋଟ୍, ଲାଇଫ୍ ଜାକେଟ ସମେତ ଉଦ୍ଧାର କାର୍ଯ୍ୟପାଇଁ ସମସ୍ତ ଆବଶ୍ୟକିୟ ସାମଗ୍ରି ଧରି ଯାଇଥିବା ଏନ୍ଡିଆରଏଫ ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.