ଶିଶୁ ଅଦଳବଦଳକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଶତାଧିକ ମହିଳା

0 87

ବାରିପଦା, (ଡି କେ ନ୍ୟୁଜ ) : ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଥିବା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ଶିଶୁ ଅଦଳବଦଳ ଘଟଣାକୁ ନେଇ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିବାର ଖବର ହସ୍ତଗତ ହୋଇଛି । ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିବା ବି ଜଣାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାମାନେ ଭଙ୍ଗାରୁଜା କରିଥିବା ବି ଜଣାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆରକ୍ଷୀ ଅଧୀକ୍ଷକ ପହଞ୍ଚିଥିବା ଜଣାଯାଇଛି । ସୂଚନା ଅନୁସାରେ, ଗତମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରି ପିଆରଏମରେଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଉକ୍ତ ଶିଶୁର ଓଜନ ପ୍ରାୟ ୩କେଜିରୁ ଊର୍ଧ୍ୱ ଥିଲା । ଶିଶୁ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା । ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଦୁଇ ମା’ଙ୍କର ନାମ ସମାନ ଥିବାରୁ ସମସ୍ୟା ଉପୁଜିଛି । ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସ·ର୍ଜ କରାଯାଇଥିଲା । ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା । ମାତ୍ର ଡିସ୍ଚାର୍ଯ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ, ଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ଗତ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ । ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା । ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା । ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ । ଯାହାକୁ ନେଇ ଶିଶୁ ବିଭାଗରେ ଭାଳେଣି ପଡ଼ିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅସଲ ଘଟଣା । ଟୀକା ଦିଆଯିବା କଥା କହି କାର୍ତ୍ତିକଙ୍କୁ ଶିଶୁପୁତ୍ରକୁ ହସ୍ପିଟାଲ ଆଣିବାକୁ କହି ଡକାଯାଇଥିଲା । କାର୍ତ୍ତିକ ମଧ୍ୟ ଉକ୍ତ ଶିଶୁପୁତ୍ର ସହିତ ହସ୍ପିଟାଲ ଆଣିବା ପରେ ଏସ୍ଏନସିୟୁ ଭିତରକୁ ନେଇଯାଇଥିଲେ ଶିଶୁ ବିଭାଗ କର୍ମ·ରୀ । କିଛି ସମୟ ପରେ ତାଙ୍କ ଶିଶୁପୁତ୍ର ମରିଯାଇଥିବା କୁହାଯାଇଥିବା କାର୍ତ୍ତିକ ଅଭିଯୋଗ କରିଥିଲେ, ଯାହାକୁ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗିରହିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା । କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ପିଅ ।ରଏମ୍ ଅଧୀକ୍ଷକ ଏବଂ ଶିଶୁ ବିଭାଗ ମୁଖ୍ୟ । ସେମାନଙ୍କ କହିବା ଅନୁଯାୟୀ ମରିଯାଇଥିବା ଶିଶୁପୁତ୍ରଟି ହେଉଛି ଅସଲରେ କାର୍ତ୍ତିକର । ଏବଂ କାର୍ତ୍ତିକ ନେଇଯାଇଥିବା ଶିଶୁପୁତ୍ର ବାସ୍ତବରେ ବ୍ରଜମୋହନଙ୍କର । ଡିସ·ର୍ଜ ବେଳେ ହୋଇଥିବା ତ୍ରୁଟି କାରଣରୁ ଏପରି ହୋଇଛି । ମାତ୍ର ଏହାକୁ ଖଣ୍ଡନ କରିଥିଲେ କାର୍ତ୍ତିକ ସିଂୟ ତାଙ୍କ ଶିଶୁପୁତ୍ରକୁ ଅଦଳବଦଳ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଶିଶୁ ବିଭାଗର କର୍ମ·ରୀ ଏପରି କରିଥିବା ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.