ସାମ୍ଭାବ୍ୟ ଝଡବାତ୍ୟା “ଅମ୍ଫାନ”ର ଗଜପତିରେ ମୁକାବିଲା ପାଇଁ ସମୀକ୍ଷା

0 77

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ସାମୂଦ୍ରିକ ଝଡବାତ୍ୟା “ଅମ୍ଫାନ”କୁନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ । ଜିଲ୍ଲାପାଳ ପ୍ରଥମେ ବାତ୍ୟା ଓ ବର୍ଷା ଉପରେ ଆସିଥିବା ପାଣିପାଗ ବିଭାଗର ସୂଚନା ସମସ୍ତଙ୍କୁ ଅବଗତ କରାଇଥିଲେ । ସେହିପରି କୋଭିଡ-୧୯ ପାଇଁ ବ୍ୟବହୃତ ହେଉଥିବା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରର ସମସ୍ତ ନିୟନ୍ତ୍ରଣକକ୍ଷ ଅମ୍ଫାନ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ସେହିପରି ସୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ଖାଦୟ ପଦର୍ଥ ପାଇଁ ମହଜୁତର ବିବରଣୀ ବିଡିଓ ମାନେ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ଖାଦ୍ୟ ପଦାର୍ଥ ପଞ୍ଚାୟତ ସ୍ତରରେ କିପରି ପହଞ୍ôଚବ ସେ ବିଷୟରେ ଆଲୋଚନା ହୋଇଥିଲା । ମୋବାଇଲ ସେବା କିପରି ସବୁବେଳେ ଚାଲୁ ରହିବ ସେ ବିଷୟରେ ବି.ଏସ୍.ଏନ୍.ଏଲ୍. କର୍ତ୍ତୃପକ୍ଷ ନେବାକୁ କୁହାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଶ୍ରୟସ୍ଥଳ ନକରି ସରକାରୀ କୋଠାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟସମ୍ପନ୍ନରାଉତଙ୍କୁ କୁହାଯାଇଥିଲା । ଲୋକଙ୍କୁ ସ୍ଥାନାନ୍ତର ପାଇ ଆବଶ୍ୟକ ହେଲେ ପୋଲିସ ବାହିନୀ ଲଗାଯିବ ବୋଲି ଏହି ସମୀକ୍ଷା ବୈଠକରେ କୁହାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ ।

Leave A Reply

Your email address will not be published.