ବିଦେଶୀ ମଦ ଅନ୍ଲାଇନରେ ଯୋଗାଣ ପାରଳା ଥାନାରେ ମାମଲା, ଠକଙ୍କୁ ଜବତ ପାଇଁ ପୋଲିସ ଜାଲ ବିଛାଇଛି

0 82

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ବିଦେଶୀ ମଦ ଅନ୍ଲାଇନ୍ରେ ଯୋଗାଇ ଦିଆଯିବ । ପ୍ରଥମେ ଅନ୍ଲାଇନ୍ରେ ୫୦% ଅର୍ଥ ପଇଠ କଲେ ଅର୍ଡର ଅନୁଯାୟୀ ବିଦେଶୀ ମଦ ଡୋର୍ ଡେଲିଭରି ଦିଆଯିବ ବୋଲି ଲୋକଙ୍କୁ ଭୁଆଁ ବୁଲାଇ ଅର୍ଥ ଆଦାୟ କରିବା ପାଇଁ କେତେକ ଠକଙ୍କ ଆବିର୍ଭାବ ହୋଇଛି । ଏ ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହେବା ପରେ ଠକମାନଙ୍କୁ ଜବତ ପାଇଁ ପୋଲିସ ଜାଲ ବିଛାଇ ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଡି-୨ ବାର ନାମରେ କିଛି ଠକ ଫେକ୍ ଆଇଡି ସୃଷ୍ଟି କରି ଅନଲାଇନ ମାଧ୍ୟମରେ ବିଦେଶୀ ମଦ ଯୋଗାଇବା କଥା ମୋବାଇଲ ଦ୍ୱାରା କହି ଲୋକଙ୍କୁ ଭୂଆଁ ବୁଲାଇ ୫୦% ଅର୍ଥ ଅଗ୍ରୀମ ଦାବି କରୁଛନ୍ତି । ଏହି ଅର୍ଥ ଗୁଗଲ୍ ପେ କିମ୍ବା ଫୋନ୍ ପେ ଦ୍ୱାରା ପଠାଇଲେ ଏକ ଘଣ୍ଟା ମଧ୍ୟରେ ବିଦେଶୀ ମଦ ଡୋର୍ ଡେଲିଭରି ଦିଆଯିବ ବୋଲି କୁହାଯାଉଛି । ପାରଳା ସହରର ଶହ ଶହ ବ୍ୟକ୍ତିଙ୍କୁ ଏଭଳି ଠକଙ୍କ ଫୋନ୍ କଲ୍ ଆସିଥିବା ସୁଚନା ମିଳିଛି । ଏ ଘଟଣା ପାରଳାଖେମୁଣ୍ଡି ସୁଣ୍ଢିସାହି ବାସିନ୍ଦା ତଥା ଡି-୨ ବାରର ମାଲିକ ରବି ସାହୁକାର ଜାଣିବା ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଭାବେ ଅଭିଯୋଗ କରି ଜଣାଇଛନ୍ତି ଯେ,ତାଙ୍କ ବାର ନାମରେ କିଛି ଅଜଣା ଠକ ବିଦେଶୀ ମଦ ଯୋଗାଇବା ନାମରେ ଲୋକଙ୍କୁ ଠକିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ସେହି ଠକମାନେ ଏକ ନୂଆ ନକଲି ଆଇ.ଡି. ତିଆରି କରି ସେଥିରେ ଗୋଟିଏ ମୋବାଇଲ ଫୋନ ନଂ. ୯୩୮୯୩୨୯୪୮୮ ଦ୍ୱାରା ଗ୍ରାହକଙ୍କ ସହ ଯୋଗାଯୋଗ କରୁଛନ୍ତି । ଏହି ଫୋନ ନମ୍ବରରେ ଏବଂ ଫୋନ ପେ କରି ବିଦେଶୀ ମଦ ବୋତଲର ୫୦ ପ୍ରତିଶତ ମୂଲ୍ୟ ଜମାକଲେ ସେମାନେ ହୋମ ଡେଲିଭେରି କରି ମଦ ପହଞ୍ଚାଇବେ ବୋଲି କହୁଛନ୍ତି । ଏ ସମସ୍ତ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରକାଶ କରି ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରା ଯିବ ବୋଲି ସୁଚନା ଦେଇଛନ୍ତି ।

Leave A Reply

Your email address will not be published.