ଅମ୍ପାନ ମୁକାବିଲା ନେଇ ନବୀନ ଓ ମମତାଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ

0 71

ନୂଆଦିଲ୍ଲୀ : ବାତ୍ୟା ଅମ୍ପାନକୁ ସବୁଠି ଭୟଙ୍କର ବାତାବରଣ ଦେଖାଦେଇଥିବାବେଳେ ମଙ୍ଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି । ବାତ୍ୟା ଅମ୍ପାନ ଯୋଗୁଁ ଉଭୟ ରାଜ୍ୟରେ ଉତ୍ପତ୍ତ ହେବାକୁଥିବା ପରିସ୍ଥିତି ପାଇଁ କେନ୍ଦ୍ର ସମ୍ପୂର୍ଣ ପ୍ରସ୍ତୁତ ଅଛି ଏବଂ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଶାହ ପ୍ରଥମେ ମମତାଙ୍କ କଥା ହୋଇ ବାତ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସାହାଯ୍ୟ ପାଇଁ ପ୍ରତିବଦ୍ଧ ଏବଂ ଏନଡିଆରଏଫ ଟିମ ମଧ୍ୟ ନିୟୋଜିତ କରାଯାଇଛି ବୋଲି ସେ କହିଥିଲେ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ପ୍ରସ୍ତୁତି ନେଇ ସେ ନବୀନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ କେନ୍ଦ୍ର ପ୍ରସ୍ତୁତ ବୋଲି ସେ ନବୀନଙ୍କୁ କହିଛନ୍ତି । ସୋମବାର ଦିନ ଓଡିଶା ସରକାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ ।

Leave A Reply

Your email address will not be published.