‘ମୁଁ କିପରି ମାନିନେବି ଏହି ଫଟୋ ସବୁବେଳେ ଏଇମିତି ସଂପୂର୍ଣ୍ଣ ରହିଥିବ’

0 85

ପ୍ରଖ୍ୟାତ ଅଭିନେତା ଋଷି କପୁର ଦୁନିଆରୁ ବିଦାୟ ନେବା ପରେ ଲାଗୁଛି ସତେଯେପରି କପୁର ପରିବାରରେ ହସଖୁସି କୁଆଡ଼େ ଉଭେଇ ଯାଇଛି । ଋଷିଙ୍କୁ ନେଇ ସବୁଠୁ ଦୁଃଖୀ ଅଛନ୍ତି ତାଙ୍କ ପତ୍ନୀ ନୀତୁ କପୁର । ଋଷିଙ୍କ ସହ ନୀତୁଙ୍କ କିଛି ଫଟୋ ସେୟାର କରି ନିଜ ଭାବନାକୁ ଉଜ୍ଜୀବିତ କରିଛନ୍ତି ନୀତୁ । ନିକଟରେ ସେ ସୋସିଆଲ୍ ମିଡିଆରେ ଏକ ଫ୍ୟାମିଲି ଫଟୋ ସେୟାର କରିଥିଲେ । ଫ୍ୟାମିଲି ଫଟୋରେ ଋଷି କପୁର, ନୀତୁ କପୁର, ଋଦ୍ଧିମା କପୁର ଓ ରଣବୀର କପୁର ଥିଲେ । ନୀତୁ ଓ ଋଷିଙ୍କ ହାତ ଧରି ଋଦ୍ଧିମା କପୁରଙ୍କ ଝିଅ ସମାରା ସାହନୀ ବି ନଜରକୁ ଆସିଥିଲେ । ଋଷି କପୁରଙ୍କୁ ମନେ ପକାଇ ନୀତୁ ଇନ୍ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଭାବବିହ୍ୱଳ କ୍ୟାପସନ୍ରେ ନୀତୁ ଏଥିରେ ଲେଖିଛନ୍ତି କି ମୁଁ କିପରି ମାନିନେବି ଏହି ଫଟୋ ସବୁବେଳେ ଏଇମିତି ସଂପୂର୍ଣ୍ଣ ରହିଥିବ । ଋଷି କପୁରଙ୍କ ମୃତ୍ୟୁ ପରେ ନୀତୁ କପୁର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସେ ଏବେ ନିଜକୁ ଖୁବ୍ ଏକା ଏକା ମନେ କରୁଛନ୍ତି । ପୂର୍ବରୁ ଏକ ଫଟୋ ଛାଡ଼ି ଏହାର କ୍ୟାପସନ୍ରେ ଲେଖିଥିଲେ କି ‘ହମାରୀ କାହାନୀ ଅନ୍ତ ହୋ ଗେୟା’ । ଏହାବାଦ୍ ଋଷିଙ୍କୁ ସ୍ୱାସ୍ଥ୍ୟବସ୍ଥାର ସଂପୂର୍ଣ୍ଣ ଯତ୍ନ ନେଇଥିବାରୁ ଅମ୍ବାନୀ ପରିବାର ଓ ରିଲାୟନ୍ସ ହସ୍ପିଟାଲକୁ ବି ଧନ୍ୟବାଦ ଦେଇଛନ୍ତି । ସୂଚନାଥାଉକି ଋଷି କପୁର ଏପ୍ରିଲ ୩୦ ତାରିଖରେ ମୁମ୍ବାଇର ରିଲାୟନ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଅଭିନେତାଙ୍କ ମୃତ୍ୟୁ ଖବର ପ୍ରଥମେ ଅମିତାଭ ବଚ୍ଚନ ସୂଚନା ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ମାତ୍ରେ ପୂରା ବଲିଉଡ୍ ଶୋକରେ ବୁଡ଼ିଯାଇଥିଲା । ତାଙ୍କ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ଅନ୍ୟ ଜଣେ ଅଭିନେତା ଇର୍ଫାନ୍ ଖାନ୍ଙ୍କ ନିଧନ ହୋଇଥିଲା ।

Leave A Reply

Your email address will not be published.