ଦୋସ୍ତିର ୪ ବର୍ଷ

0 78

ଟିଭିର ମୋଷ୍ଟ ପପୁଲାର ଶୋ’ ‘ୟେ ରିସ୍ତା କ୍ୟା କହଲାତେ ହେ’ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ମୋହସିନ୍ ଖାନ୍ ଓ ଶିବାଙ୍ଗୀ ଯୋଶୀ (କାର୍ତ୍ତିକ-ନାୟରା)ଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରିଥାନ୍ତି । ମୋହସିନ୍ ଖାନ୍ ତାଙ୍କ ପ୍ରଶଂସକଙ୍କୁ ଖୁସ୍ କରିବା ପାଇଁ ସୋସିଆଲ୍ ମିଡିଆରେ ଲଗାତାର ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ଏବେ ସେ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କାର୍ତ୍ତିକ ଓ ନାୟରା ଉଭୟ ଅଛନ୍ତି । ମୋହସିନ୍ ଏହାର କ୍ୟାପସନ୍ରେ ଲେଖିଛନ୍ତି- ଦୋସ୍ତିର ୪ ବର୍ଷ, କାର୍ତ୍ତିକ-ନାୟରାଙ୍କୁ ୪ ବର୍ଷ, କାୟରାଙ୍କୁ ୪ବର୍ଷ । ଆମେ ଏହି ଯାତ୍ରାକୁ ୪ ବର୍ଷ ପୂରଣ କରିଛୁ । ଦିନ ଓ ରାତି ଲଗାତାର ପରିଶ୍ରମ, ନିଷ୍ଠା ଓ ଭକ୍ତିର ୧୦୦୦ରୁ ଅଧିକ ଏପିସୋଡ୍ । ଏଥିପାଇଁ ପୂରା କାଷ୍ଟ ଓ କ୍ରୁ ସଦସ୍ୟଙ୍କୁ ଧନ୍ୟବାଦ । ସୂଚନାଥାଉକି ମୋହସିନ୍ ଖାନ୍ଙ୍କୁ ‘ୟେ ରିସ୍ତା କ୍ୟା କହଲାତେ ହୈ’ ସିରିୟଲ୍ରେ ଅଭିନୟ କରିବାର ୪ ବର୍ଷ ପୂରଣ କରିଛି । ଏହାକୁ ନେଇ ସେ ସେଲିବ୍ରେସନ୍ ମନାଉଛନ୍ତି । ଭିଡିଓରେ ମୋହସିନ୍ ଓ ଶିବାଙ୍ଗୀ କପିଳ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି । ଶିବାଙ୍ଗୀ ଡ୍ରମ ବଜାଉଥିବାର ଦେଖାଯାଉଛି । ଏହି ଭିଡିଓଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ।

Leave A Reply

Your email address will not be published.