ଲଭ୍ ପାଇଁ କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲି : ଅନୀଲ କପୁର

0 75

ଅନୀଲ କପୁର ତାଙ୍କ ବିବାହ ବାର୍ଷିକୀ ମଇ ୧୯ ଅର୍ଥାତ ମଙ୍ଗଳବାର ଟ୍ୱିଟ୍ କରି ନିଜର ଲଭ୍ଷ୍ଟୋରୀକୁ ବଖାଣିଛନ୍ତି । ବିବାହ ଅପେକ୍ଷା ସେମାନଙ୍କର ପ୍ରପୋଜାଲ୍ ବାର୍ଷିକୀ ତାଙ୍କ ପାଇଁ ଅଧିକ ମହତ୍ତ୍ୱ ରଖିଥାଏ ବୋଲି ଅନୀଲ କପୁର ଏଥିରେ ଦର୍ଶାଇଛନ୍ତି । ସେ କହିଛନ୍ତି କି ଲୋକେ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥାନ୍ତି । କିନ୍ତୁ ଆମେ ଉଭୟ ୱେଡିଂ ଓ ପ୍ରପୋଜାଲ୍ ଆନିଭରସରି ପାଳନ କରିଥାଉ । ୩୬ତମ ବିବାହ ବାର୍ଷିକୀରେ ସେ ତାଙ୍କ ପ୍ରେମ ଜୀବନକୁ ଖୁଲାସା କରିଛନ୍ତି । ସେ ତାଙ୍କ ପତ୍ନୀ ସୁନୀତା କପୁରଙ୍କ ସହ ନିଜର ଫଟୋ ସେୟାର କରି ଏକ ଅଡିଓ ବି ଏଥିରେ ପୋଷ୍ଟ କରିଛନ୍ତି । ଏଥିରେ ସେ ତାଙ୍କ ଲଭ୍ଷ୍ଟୋରୀ ଓ ପ୍ରପୋଜାଲ୍ ବିଷୟରେ କହୁଥିବା ଶୁଣାଯାଉଛି । ସେ ଏଥିରେ କହୁଛନ୍ତି କି ମୋ ପାଇଁ ସେତେବେଳେ ନିଜ ନିଜର କ୍ୟାରିୟର ଓ ଲଭ୍ ଦୁଇଟି ମଧ୍ୟରୁ ଗୋଟିଏକୁ ବାଛିବାର ଥିଲା । କିନ୍ତୁ ଲଭ୍ ପାଇଁ ସେ ନିଜ କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲେ ଓ ସୁନୀତା କପୁରଙ୍କୁ ନିଜ ମନକଥା ଖୋଲି କହିଦେଇଥିଲେ ।

Leave A Reply

Your email address will not be published.