ନବାଜୁଦ୍ଦିନ୍ଙ୍କ ଠାରୁ ତଲାକ୍ ମାଗିଲେ ପତ୍ନୀ ଆଲିୟା

0 88

ବଲିଉଡ୍ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକ୍ଙ୍କ ପତ୍ନୀ ଆଲିୟା ସିଦ୍ଦିକ୍ ତାଙ୍କ ସ୍ୱାମୀଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଏଥିରେ ବିବାହକୁ ଶେଷ କରି ନବାଜୁଦ୍ଦିନ୍ଙ୍କ ଠାରୁ ତଲାକ୍ ନେବା ପାଇଁ ଦାବି କରିଛନ୍ତି । ତଲାକ୍ ପରେ ନିଜର ଭରଣପୋଷଣ ପାଇଁ ଅର୍ଥ ନେବାକୁ ବି ଏଥିରେ ଦାବି କରିଛନ୍ତି । ଏକ ସାକ୍ଷାତକାରରେ ଆଲିୟା କହିଛନ୍ତି କି ତାଙ୍କ ବିବାହକୁ ୧୦ ବର୍ଷ ପୂରଣ କରିଥିଲେ ବି ସେମାନଙ୍କ ବୈବାହିକ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହିଥିଲା । ଏହାକୁ ଆଗକୁ ନେବା ଆଉ ସମ୍ଭବ ନୁହେଁ । ମଇ ୭ ତାରିଖରେ ଇମେଲ ଓ ହ୍ୱାଟ୍ସଆପ୍ ଜରିଆରେ ନବାଜୁଦ୍ଦିନ୍ଙ୍କୁ ଆଲିୟା ଏହି ଆଇନଗତ ନୋଟିସ୍ ପଠାଇଛନ୍ତି । ପରନ୍ତୁ ଏ ପର୍ଯ୍ୟନ୍ତ ନବାଜୁଦ୍ଦିନ୍ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Leave A Reply

Your email address will not be published.