ଲକ୍ଡାଉନ୍ରେ ନୂଆ ମ୍ୟୁଜିକ୍ ଭିଡିଓ ‘ତେରି ବିନ୍ଦିଆ’ର ସୁଟ୍ କଲେ ୟଶ୍ ଓ ଆମ୍ରପାଲୀ

0 75

ବର୍ତ୍ତମାନ ସବୁ ଟିଭି ସିରିୟଲ ଓ ଫିଲ୍ମର ସୁଟିଂ ବନ୍ଦ ରହିଛନ୍ତି । ଲକ୍ଡାଉନ୍ କାରଣରୁ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି । ଏପରିସ୍ଥଳେ ଟିଭି ଦୁନିଆରେ କାମ କରୁଥିବା ତଥା ରିୟଲ ଲାଇଫ୍ ଯୋଡ଼ି ଏହି ଲକ୍ଡାଉନ୍ରେ ଭରପୁର ଫାଇଦା ଉଠାଉଛନ୍ତି । ସେମାନେ ଇତିମଧ୍ୟରେ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ଆମେ ଏଠାରେ କୁବୁଲ ଓ ବହୁ ବେଗମ୍ ଶୋ’ରେ କାମ କରିଥିବା ଆମ୍ରପାଲୀ ଗୁପ୍ତା ଓ ଛୋଟ ତଥା ବଡ଼ ପରଦାରେ କାମ କରି ବେଶ୍ ପ୍ରଶଂସା ସାଉଁଟିଥିବା ୟଶଙ୍କ ବିଷୟରେ କହିବାକୁ ଯାଉଛୁ । ୟଶ ଓ ଆମ୍ରପାଲୀ ନିକଟରେ ସୋସିଆଲ୍ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ଏକ ନୂଆ ରୋମାଣ୍ଟିକ୍ ଭିଡିଓ ପ୍ରସ୍ତୁତ କରିଥିବା କହିଛନ୍ତି । ଏହି ମ୍ୟୁଜିକ୍ ଭିଡିଓର ନାମ ‘ତେରି ବିନ୍ଦିଆ’ । ତେବେ ଲକ୍ଡାଉନ୍ କାରଣରୁ ସବୁ କିଛି ବନ୍ଦ ରହିଥିବା ବେଳେ ସେମାନେ କିପରି ଏଭଳି ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କଲେ ସେ ନେଇ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି କି ଫୋନ୍ ମାଧ୍ୟମରେ ଘରେ ରହି ସେମାନେ ଏହା ପ୍ରସ୍ତୁତ କରିଛନ୍ତି । ସୂଚନାଥାଉକି ୟଶ ଓ ଆମ୍ରପାଲୀଙ୍କ ଏକ ୪ ବର୍ଷର ପୁତ୍ର ସନ୍ତାନ ରହିଛି । ତେବେ ପୁଅ ଘରେ ଥିବା ସମୟରେ ସେମାନେ କିପରି ଏହାକୁ ସୁଟ୍ କରିବା ପ୍ରଶ୍ନର ଉତ୍ତରରେ ଆମ୍ରପାଲୀ କହନ୍ତି କି ପୁଅ ଶୋଇଯିବା ପରେ ଉଭୟ ନିଜକୁ ନିଜେ ମେକ୍ଅପ୍ କରି ଏହା ସୁଟ୍ କରିଛୁ । ଏହାକୁ ସୁଟ୍ କରିବାରେ ଆମକୁ ସେଭଳି କୌଣସି ମୁସ୍କିଲ୍ର ସାମ୍ନା କରିବାକୁ ପଡ଼ିନାହିଁ । ଆମ ପାଇଁ ଏକ ନୂଆ ଅଭିଜ୍ଞତା କହିେଲେ ଭୁଲ୍ ହେବନାହିଁ ବୋଲି ଉଭୟ କହିଛନ୍ତି ।

Leave A Reply

Your email address will not be published.