ଧରାପଡିଲା ଚୋରା ଚାଲାଣ କରୁଥିବା କୋଇଲା ଟ୍ରକ

0 71

ଢେଙ୍କାନାଳ,୨୧ା୫ : ସାରା ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲିଛି ଲକଡାଉନ । ପୋଲିସ ପ୍ରଶାସନ ସଭିଏ କୋଭିଡି -୧୯ କାମରେ ବ୍ୟସ୍ତ ଅଛନ୍ତି । ଏହାର ସୁଯୋଗ ନେଇ ଭୁବନରେ ବଡି ଚାଲିଛି ଚୋରା କୋଇଲା ବ୍ୟବସାୟ । କିଛିଦିନ ପୂର୍ବେ ଭୁବନ ପୋଲିସ କୋର୍ଟ ପଛପଟେ କାଜୁ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା ୯ଟନ୍ କୋଇଲା ଜବତ କରିବା ସହ ୩ଟି ଟ୍ରକକୁ ଜବତ କରିଥିଲେ ।ମାତ୍ର ଚୋରା ଚାଲାଣକାରୀମାନେ ସେତେବେଳେ ପୋଲିସ୍ ଆଖିରେ ଧୁଳିଦେଇ ଖସିଯିବାରେ ସଫଳ ହୋଇଥିଲେ ।ଚୋରା ଚାଲାଣକାରୀମାନେ କିଛିଦିନ ଚୁପ୍ ରହିବା ପରେ ପୁନର୍ବାର ଚୋରା କୋଇଲା କାରବାରକୁ ଆପଣାଇ ନେଇଥିଲେ । କାମାକ୍ଷାନଗର ଉପଖଣ୍ଡସ୍ତରୀୟ ପୋଲସିଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ପୋଲିସକୁ ମିଳିଛି ବଡ ସଫଳତା । ଭୁବନ ଥାନା ପୋଲିସ୍ କହିବା ଅନୁଯାୟୀ କୋଭିଡ-୧୯ କାର୍ଯ୍ୟରେ ପେଟ୍ରାଲିଙ୍ଗି ଚାଲୁଥିବାବେଳେ ଅପରାହ୍ନ ସମୟରେ ବାରିଜଙ୍ଗ ମୈାଜାର ଚାଷ ଜମି ନିକଟରୁ ଏକ ଟ୍ରକରୁ କୋଇଲା ଖଲାସ ହେଉଥିଲା । ପୋଲିସ୍ ଅତର୍କିତ ଚଢାଉକରି ଅନଲୋଡ ହୋଇଥିବା ସମସ୍ତ କୋଇଲାକୁ ପୁନଃ ଲୋଡକରି ଟ୍ରକ ସହ କୋଇଲାକୁ ଥାନା ପରିସରକୁ ନେବାସହ ଡ୍ରାଈଭର କୁ ଗିରଫ କରାଯାଇଛି । ତେବେ ଟ୍ରକ ଟିର ନମ୍ବର ବିଭିନ୍ନ ସ୍ଥାନରେ କଳା , ଚୂନ ,ମାଟି ବୋଳିଦିଆଯାଇଛି । ତାଳଚେରରୁ କଳିଙ୍ଗନଗର ଅଚଂଳକୁ ଯାଉଥିବା କୋଇଲା ଗାଡି ଗୁଡିକରୁ କୋଇଲା ଅନଲୋଡ କରାଯାଇ ସମ ଓଜନର ପାଣି ପକାଇ ଓଦା କରିଦିଆଯାଇଥାଏ । ଫଳରେ ବିଭିନ୍ନ କାରଖାନାରେ ଟ୍ରାନଜିଟ ପାଶକୁ ଅନାୟସରେ ପାଶ କରାଇଦିଆଯାଇଥାଏ । ଥାନା ପଛ ପାଖରେ ସିନା ଚୋରା କୋଇଲା ଡିପୋ ଧରାପଡିଲା । କାମାକ୍ଷାନଗର ଅଚଂଳର ଜଣେ ପୋଲିସ ବାବୁଙ୍କ ଏହି ଚୋରା କୋଇଲା କାରବାରରେ ବିଶେଷ ହାତ ରହିଥିବାର ଭୁବନରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଶ୍ରମିକ ଦିବସର ଚଢାଉ ବେଳେ ଜଣେ ବଡବଡିଆ ପୋଲିସ ବାବୁ ଅନ୍ଧାରରେ ଥିଲେ । ନଚେତ ପୋଲିସ ପହଁଚିବା ପୂର୍ବରୁ ଚାଲାଣକାରୀ ଖବର ପାଇଯାଇଥାନ୍ତେ ବୋଲି ହାଟ ବଜାରରେ ଚର୍ଚ୍ଚା ହେଉଛି । ଏହି ଅଂଚଳରେ ଦିନ ଦ୍ୱିପ୍ରହରରେ କୋଇଲା ଚୋରା କାରବାରକୁ ନେଇ ଭୁବନ ଅଂଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.